ବାଲିଯାତ୍ରା ୨୦୨୫
LIVE TV

ଦିଲ୍ଲୀ କାର୍ ବିସ୍ଫୋରଣ : ଘଟଣା ସହ ୪ ଡାକ୍ତରଙ୍କ କନେକ୍ସନ୍ !

NEWS7
mamata-banerjee-government-school-dress-code

ନୂଆଦିଲ୍ଲୀ , ୧୧|୧୧: ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତଦନ୍ତକାରୀ ଟିମ୍ ହାତରେ ଭିନ୍ନ ଭିନ୍ନ ସୁରାକ ଲାଗିଛି । ଘଟଣା ପଛରେ ୪ ଜଣ ଡାକ୍ତରଙ୍କ ସଂପୃକ୍ତି ଥିବା ପ୍ରମାଣ ପାଇଛି ପୋଲିସ ।

ସୂଚନାନୁସାରେ, ସୋମବାର ଲାଲକିଲ୍ଲା ନିକଟରେ ଏକ କାର ବିସ୍ଫୋରଣ ହୋଇଥିଲା । କାରରେ ବିସ୍ଫୋରକ ସାମଗ୍ରୀ ରହିଥିଲା । ଯାହାକୁ ଜାଣିଶୁଣି ଜନଗହଳିପୂର୍ଣ୍ଣ ସ୍ଥାନରେ ରଖାଯାଇଥିଲା । ତେବେ ଘଟଣାରେ କୌଣସି ଆତଙ୍କବାଦୀ ସଙ୍ଗଠନର ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି ।

ଘଟଣା ପଛରେ ୪ ଡାକ୍ତର

ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ ଜମ୍ମୁ-କାଶ୍ମୀର ଏବଂ ଫରିଦାବାଦରେ ପୋଲିସ ଚଢାଉ କରିଥିଲା । ଦୁଇଟି ସ୍ଥାନରୁ ୨୯୦୦ କେଜିର ବିସ୍ଫୋରକ ଜବତ କରାଯାଇଥିଲା । ଭାରତର କିଛି ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ପୋଲିସ ଏହାକୁ ଧରିଥିଲା । ଜୈଶ-ଏ-ଅହମ୍ମଦ ଏବଂ ଅନସର ଗଜଓ୍ୱାତ-ଉଲ-ହିନ୍ଦର ନେଟଓ୍ୱର୍କ ବିରୋଧରେ ରେଡ୍ କରାଯାଇଥିଲା । ଏତେ ପରିମାଣରେ ବିସ୍ପୋରକ ଜବତ ପରେ ସୁରକ୍ଷାକର୍ମୀଙ୍କ ଚିନ୍ତା ବଢିଯାଇଥିଲା ।

ଅଘଟଣ ପୂର୍ବରୁ ଅନନ୍ତନାଗରେ ଜମ୍ମୁ –କାଶ୍ମୀର ପୋଲିସ ଆଦିଲ ଅହମ୍ମଦ ନାମକ ଜଣେ ଡାକ୍ତରଙ୍କୁ ଗିରଫ କରିଥିଲା । ସେ ଅନନ୍ତନାଗ ମେଡିକାଲ କଲେଜରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲା । ତା ନିକଟରୁ ଏକ-୪୭ ରାଇଫଲ ଜବତ କରାଯାଇଥିଲା । ଏପରିକି ଜୈଶ ସହ ଆଦିଲ ସମ୍ପର୍କ ଥିବା ପୋଲିସ ଜାଣିବାକୁ ପାଇଥିଲା ।

ଏତତ ବ୍ୟତୀତ ନଭେମ୍ବର ୭ରେ ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ପୋଲିସ ଚଢାଉ କରିଥିଲା । ଏଠାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ସାହିନ୍ ସାହିଦଙ୍କ କାରରୁ ଆସଲ୍ଟ ରାଇଫଲ ମିଳିଥିଲା ।

ଗୁଜୁରାଟ ଏଟିଏସ ଅହମ୍ମଦ ସେୟଦକୁ ଗତ ୭ ତାରିଖରେ ଗିରଫ କରିଥିଲା । ପେଶାରେ ସେ ମଧ୍ୟ ଜଣେ ଡାକ୍ତର । ହାଇଦ୍ରାବାଦରେ ରହୁଥିବା ଅହମ୍ମଦ ଚୀନରେ ପାଠ ପଢିଥିଲା । ସେ ବିଷାକ୍ତ କେମିକାଲ ତିଆରି କରୁଥିବା ପୋଲିସ ଖବର ପାଇଥିଲା । ଆରଏସଏସ କାର୍ଯ୍ୟାଳୟ ସମେତ ଦିଲ୍ଲୀ ଏବଂ ଅହମ୍ମଦାବାଦର ଅନେକ ସ୍ଥାନରେ ଦୀର୍ଘ ଦିନ ଧରି ସେ ରହୁଥିଲା ।

ସବୁଠୁ ବଡ ଚଢାଉ ହୋଇଥିଲା ଫରିଦାବାଦରେ । ମୁଝାମିଲ୍ ସକିଲ ନାମକ ଜଣେ ଡାକ୍ତରକୁ ଗିରଫ କରିଥିଲା ପୋଲିସ । ସେ ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲା । ତା ନିକଟରୁ ୩୬୦ କେଜିର ଆମୋନିୟମ ନାଇଟ୍ରେଟ୍ ମିଥିଲା । ଯାହା ବୋମା ତିଆରିରେ ବ୍ୟବହାର କରାଯାଏ । ତାହାର ଅନ୍ୟ ଏକ ଘରେ ୨୫୬୩୦ କେଜିର ବିସ୍ପୋରକ ଜବତ କରାଯାଇଥିଲା ।