ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଖଡଗେ କହିଛନ୍ତି ଯେ ଏବେକା ସରକାର ସାମ୍ବିଧାନିକ ସଂସ୍ଥାଗୁଡିକୁ କାଠ କଣ୍ଢେଇ କରିଦେଇଛନ୍ତି ତଥା କିଛି ଶକ୍ତି ଦେଶ ଉପରେ ନିଜର ବିଚାର ଜୋର ଜବରଦସ୍ତ ଥୋପିବା ଯୋଗୁ ଭାଇଚାରା କ୍ଷୁର୍ଣ୍ଣ ହେଉଛି। ଏଣୁ ଖଡଗେ କହିଛନ୍ତି ଯେ ସମ୍ବିଧାନରେ ଦିଆଯାଇଥିବା ଅଭିବ୍ୟକ୍ତି, ଜୀବନ, ଖାଦ୍ୟପାନୀୟ, ପୋଷାକ ଓ ପୂଜା ପଦ୍ଧତୀ ଓ କୌଣସି ଅଞ୍ଚଳକୁ ଯିବା ଆସିବା କରିବାରେ ସ୍ୱାଧୀନତା ପ୍ରତି ଦେଶବାସୀ ସଜାଗ ରୁହନ୍ତୁ।
ଏ ନେଇ ଖଡଗେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେ କହିଛନ୍ତି ଯେ ଗଣତନ୍ତ୍ର ଓ ସମ୍ବିଧାନ ହିଁ ଆମର ୧୪୦ କୋଟି ଭାରତୀୟଙ୍କ ସବୁଠୁ ବଡ଼ ରକ୍ଷା କବଚ। ଆମେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହାର ସୁରକ୍ଷା କରିବା। ଖଡଗେ କହିଛନ୍ତି ଯେ ବିରୋଧୀ ଦଳ ଗଣତନ୍ତ୍ର ଲାଗି ଅକ୍ସିଜେନ ସଦୃଷ ଓ ସରକାରଙ୍କ ଅସାମ୍ବିଧାନିକ ମନବୃତ୍ତିକୁ ନିୟନ୍ତ୍ରଣ କରିବା ସହିତ ଜନତାଙ୍କ ଶ୍ୱରକୁ ମଧ୍ୟ ଶାଣିତ କରୁଛି। ତେବେ ଚିନ୍ତାର ବିଷୟ ହେଉଛି ସାମ୍ବିଧାନିକ ଓ ସ୍ୱାୟତ୍ତ ସଂସ୍ଥାଙ୍କୁ ସରକାର କାଠ କଣ୍ଢେଇ କରିଦେଇଛନ୍ତି।
मेरे प्यारे देशवासियों, आप सभी को स्वतंत्रता दिवस की ढेरों शुभकामनाएँ।
— Mallikarjun Kharge (@kharge) August 15, 2024
हम अपने लाखों महान स्वतंत्रता सेनानियों के बलिदान को याद करते हुए उन्हें सादर नमन करते हैं।
लोकतंत्र और संविधान ही हमारे 140 करोड़ भारतीयों का सबसे बड़ा रक्षा कवच है।आख़िरी दम तक हम इसकी हिफ़ाज़त करेंगे।… pic.twitter.com/BER5JBpOyw
ଆମ ସ୍ୱାଧୀନତା ସେନାନୀଙ୍କ ସ୍ୱପ୍ନ ଥିଲା ଦେଶରେ ବିବିଧତାରେ ଏକତା ରହୁ। କିନ୍ତୁ କିଛି ଶକ୍ତି ଦେଶ ଉପରେ ସେମାନଙ୍କ ବିଚାର ଥୋପି ଆମ ଭାଇଚାରାକୁ ସମାପ୍ତ କରିବାରେ ଲାଗିଛନ୍ତି। ଏଣୁ ଏହା ଜରୁରି ଯେ ସମ୍ବିଧାନରେ ଆମକୁ ମିଳିଥିବା ଅଭିବ୍ୟକ୍ତି, ଜୀବନ, ଖାଦ୍ୟପେୟ, ପୋଷାକ, ପୂଜା ପଦ୍ଧତୀ ଓ କୌଣସି ଅଞ୍ଚଳକୁ ଯିବା ଆସିବା ଲାଗି ମିଳିଥିବା ସ୍ୱାଧୀନତା ଲାଗି ଆମକୁ ସଜାଗ ରହିବାକୁ ହେବ।
ସେ କହିଛନ୍ତି ଯେ ମୁଁ କଂଗ୍ରେସ ପାର୍ଟିର ସଭାପତି ରୂପେ ଦେସବାସୀଙ୍କୁ ଏହି ବିଶ୍ୱାସ ଦେବାକୁ ଚାହୁଁଛି ଆମର ପାର୍ଟି ଦେଶରୁ ବେକାରୀ, ମୂଲ୍ୟବୃଦ୍ଧି, ଦାରିଦ୍ର୍ୟତା, ଭ୍ରଷ୍ଟାଚାର ଓ ଅସମାନତା ବିରୋଧରେ ଲଢିବ। ସମ୍ବିଧାନର ସୁରକ୍ଷା ପାଇଁ ଆମେ ଯେ କୌଣସି ବଳିଦାନ ଦେବାକୁ ମଧ୍ୟ ପ୍ରସ୍ତୁତ। ଏହା ହିଁ ଆମ ପୂର୍ବଜଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଚଳି ହେବ ବୋଲି ମଲ୍ଲିକାର୍ଜୁନ ଖଡଗେ ଏହି ଭିଡିଓ ବାର୍ତ୍ତାରେ କହିଛନ୍ତି।