ଭଲଥିଲେ ହଠାତ୍ କାନ୍ଦି ଝୁଲିବାକୁ ଲାଗିଲେ ; ଘରଲୋକ କହୁଛନ୍ତି ଲାଗିଛି ଭୂତ, ଡାକ୍ତର କହିଲେ ଏମିତି

NEWS7
mall-hotel-to-open-till-night-10-says-state-govt

ତେଲକୋଇ ୨୭।୧: କନ୍ୟାଶ୍ରମରେ ହଇଚଇ । ହଠାତ୍ ଅସୁସ୍ଥ ହେଲେ ଅନ୍ତେବାସୀ । ଅସ୍ବଭାବିକ ଆଚରଣ ସହ କାନ୍ଦୁଛନ୍ତି ଛାତ୍ରୀ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ଉଚ୍ଚ ବିଦ୍ୟାଳୟ କନ୍ୟାଶ୍ରମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ତେଲକୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ଭୂତ ଲାଗିଥିବା ଅଭିଭାବକ ସନ୍ଦେହ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ୧୧ଟା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ଉଚ୍ଚ ବିଦ୍ୟାଳୟ କନ୍ୟାଶ୍ରମର ଜଣେ ଛାତ୍ରୀ ପ୍ରଥମେ ଅସ୍ବଭାବିକ ଆଚରଣ କରିବା ସହ କାନ୍ଦିବାକୁ ଲାଗିଥିଲେ ।  ପରେ ପରେ ଏଭଳି ଆଚରଣ ଅନ୍ୟ ଛାତ୍ରୀଙ୍କୁ ଧିରେ ଧିରେ ବ୍ୟାପିବାକୁ ଲାଗିଥିଲା । ସେମାନେ ଅସ୍ବଭାବିକ ଆଚରଣ କରିବା ସହ ଝୁଲିବାକୁ ଆରମ୍ଭ କରିଥିଲେ । ସମସ୍ତ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଭୂତ ଲାଗିଥିବା ସନ୍ଦେହ କରୁଛନ୍ତି ଅଭିଭାବକ ।

ତେବେ ସେପଟେ ଡାକ୍ତରଙ୍କ କହିବା କଥା ଏହା ସାଇକୋଲୋଜିକାଲ ପ୍ରୋବ୍ଲେମ । କିଛି ସମୟ ପରେ ଆପେ ଆପେ ଠିକ୍ ହୋଇଯିବ ।