ନୂଆଦିଲ୍ଲୀ ୨୭।୦୫; ବ୍ରିଟେନରେ ବଡ଼ ଦୁର୍ଘଟଣା । ଭିଡ଼ ଭିତରକୁ ଅଚାନକ ପଶିଗଲା କାର । ଫୁଟବଲ ଭିକ୍ଟ୍ରି ପରେଡ ବେଳେ ମାଡ଼ିଗଲା କାର୍। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ଭିତରେ ୪ ଶିଶୁ ସମେତ ୨ ଗୁରୁତର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ୨୦ ଜଣଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା।
ଏହି ଘଟଣା ପରେ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ କହିଛି ଯେ ଗିରଫ ବ୍ୟକ୍ତି ଜଣକ ଜଣେ ୫୩ ବର୍ଷୀୟ ବ୍ରିଟିଶ ନାଗରିକ, ଯିଏ ଲିଭରପୁଲ ଅଞ୍ଚଳର ବାସିନ୍ଦା। କାର ଚାଳକଙ୍କୁ ଗିରଫ କରି ଲିଭରପୁଲ ପୋଲିସର ତଦନ୍ତ ଜାରି ରହିଛି । ଆହତମାନଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଜଣେ ପୁରୁଷଙ୍କ ଅବସ୍ଥା ଗୁରୁତର ଅଛି। ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମର କହିଛନ୍ତି, ଲିଭରପୁଲର ଦୃଶ୍ୟଗୁଡ଼ିକ ଭୟଙ୍କର। ପୀଡିତଙ୍କୁ ସହିତ ମୋର ସମବେଦନା। ଏହି ଗମ୍ଭୀର ଘଟଣାରେ ଶୀଘ୍ର ଏବଂ ତ୍ୱରିତ ପଦକ୍ଷେପ ପାଇଁ ମୁଁ ପୋଲିସ ଏବଂ ଜରୁରୀକାଳୀନ ସେବାକୁ ଧନ୍ୟବାଦ ଜଣାଉଛି।"
ସୂଚନାନୁଯାୟୀ, ସୋମବାର ବ୍ରିଟେନର ଲିଭରପୁଲ ସହରରେ ଏପରି ଅଘଟଣ ଦେଖିବାକୁ ମିଳିଛି। ପ୍ରିମିୟର ଲିଗର ଟ୍ରଫି ଜିତିବା ଖୁସି ପାଳନ କରୁଥିବା ସମୟରେ ଫ୍ୟାନ୍ସଙ୍କ ଭିଡ ଭିତରକୁ ହଠାତ୍ କାର୍ ପଶି ଆସିଥିଲା । ଅତିକମରେ ୨୭ ଜଣ ଲୋକ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ପରେ କାର୍ ଚାଳକଙ୍କୁ ପୋଲିସ ଗିରଫ କରି ଦୁର୍ଘଟଣାର କାରଣକୁ ଜାଣିବା ପାଇଁ ତଦନ୍ତ କରୁଛି। ଗାଡି ଚାଳକ ଜଣକ ୫୩ ବର୍ଷୀୟ ଲିଭରପୁଲର ବାସିନ୍ଦା ବୋଲି ସୂଚନା ମିଳିଛି। ଘଟଣା ବେଳର ଭିଡିଓ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାରେ ଲାଗିଛି ।