ମୁମ୍ବାଇ ୩୧।୭: ମହାରାଷ୍ଟ୍ର ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ତଥା ମୁମ୍ବାଇ ପୋଲିସର ଦବଙ୍ଗ ପୋଲିସ ଅଫିସର ଦୟା ନାୟକ ୩୧ ଜୁଲାଇ ଗୁରୁବାର ଅବସର ଗ୍ରହଣ କରିଛନ୍ତି। ତେବେ ସେବା ନିବୃତ୍ତିର ଦୁଇ ଦିନ ପୂର୍ବରୁ ମୁମ୍ବାଇ ପୋଲିସ ମଙ୍ଗଳବାର ତାଙ୍କୁ ସହାୟକ ପୋଲିସ କମିଶନର (ଏସିପି) ପଦକୁ ପଦୋନ୍ନତୀ ଦେଇଥିଲା। ଦୟା ନାୟକଙ୍କ ରିଟାୟାର୍ଡକୁ ମୁମ୍ବାଇ ଅଣ୍ଡରୱାର୍ଲଡ ସମାପ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ପୋଲିସ ଅଧିକାରୀମାନଙ୍କ ଏକ ଯୁଗର ଅବସାନ ବୋଲି ଏବେ କୁହାଯାଉଛି।
ଉଲ୍ଲେଖଯୋଗ୍ୟ ଯେ ଦୟା ନାୟକଙ୍କୁ ମହାରାଷ୍ଟ୍ର ପୋଲିସର ଜଣେ ଜଣାଶୁଣା ଅଧିକାରୀ ଭାବେ ଦେଖାଯାଏ। ତେବେ ମୁମ୍ବାଇ ପୋଲିସରେ ତାଙ୍କୁ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ଦେଖାଯାଏ। ମୁମ୍ବାଇ ଅଣ୍ଡରୱାର୍ଲଡ ସମାପ୍ତିରେ ତାଙ୍କ ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଦୟା ୧୯୯୫ ମସିହାରେ ମୁମ୍ବାଇ ପୋଲିସରେ ଯୋଗ ଦେଇଥିଲେ। ସେ ଅନେକ ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ ( ଏଟିଏସ)ରେ ସେବା ଦେଇଛନ୍ତି।
Wearing the ACP uniform for the first time—just a day before hanging it up for good.
— DAYA NAYAK (@DayaBNayak) July 30, 2025
After a lifetime in service, this moment carries a deep, quiet pride. It may have come at the very end, but it feels like a full-circle blessing—an honour that marks not just a promotion, but a… pic.twitter.com/SGVr628Cpp
ଦୟା ସେହି ଟିମରେ ଥିଲେ ଯେଉଁ ଟିମ୍ ୨୦୨୧ ମସିହାରେ ମୁକେଶ ଅମ୍ବାନୀଙ୍କ ଘର ନିକଟରେ ଏକ ବାହନରୁ ମିଳିଥିବା ବିସ୍ଫୋରକ ଓ ଏହା ପରେ ଠାଣେ ବ୍ୟବସାୟୀ ମନସୁଖ ହିରେନଙ୍କ ହତ୍ୟାର ରହସ୍ୟ ସମାଧାନ କରିଥିଲା। ରିଟାୟାର୍ଡ ବେଳକୁ ନାୟକ ମହାରାଷ୍ଟ୍ର ଅପରାଧ ଶାଖାର ବାନ୍ଦ୍ରା ୟୁନିଟ୍ ରେ କାମ କରୁଥିଲେ। ୧୯୯୦ ଦଶକରେ ଦୟା ନାୟକ ସେହି ପୋଲିସ ଅଧିକାରୀଙ୍କ ମଧ୍ୟରେ ଥିଲେ ଯେଉଁମାନେ ମୁମ୍ବାଇ ଗ୍ୟାଙ୍ଗଷ୍ଟରମାନଙ୍କୁ ଏନକାଉଣ୍ଟରରେ ହତ୍ୟା କରିଥିଲେ। ଏଥି ଲାଗି ଦୟା ନାୟକ ରାତାରାତ ମୁମ୍ବାଇରେ ପ୍ରସିଦ୍ଧ ହୋଇଯାଇଥିଲେ।
ଦୟା ନାୟକ ଜଣେ ହାଇ ପ୍ରୋଫାଇଲ ଅଧିକାରୀ ଯିଏ ତାଙ୍କ ଚାକିରୀ କାଳରେ ୮୦ଟି ଏନକାଉଣ୍ଟର କରିଛନ୍ତି। ସେ ଦାଉଦ ଇବ୍ରାହୀମ ଓ ଛୋଟା ରାଜନ ଗ୍ୟାଙ୍ଗର ଅନେକ ଦୁର୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟରରେ ହତ୍ୟା କରିଛନ୍ତି। ୨୦୦୬ ମସିହାରେ ଦୁର୍ନୀତି ନିବାରଣ ବ୍ୟୁରୋ ତାଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରୁଜୁ କରିଥିଲା। ଏଥି ପାଇଁ ତାଙ୍କୁ ସାଢେ ୬ ବର୍ଷ ପର୍ଯ୍ୟନ୍ତ ଚାକିରୀରୁ ନିଲମ୍ବନ ମଧ୍ୟ କରାଯାଇଥିଲା। ତେବେ ପରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆ ଯାଇଥିଲା।
ଦୟା ନାୟକ କର୍ଣ୍ଣାଟକ ରାଜ୍ୟର ବାସିନ୍ଦା। ତାଙ୍କ ଜନ୍ମ କର୍ଣ୍ଣାଟତ ଉଡୁପୀ ଜିଲ୍ଲାର ଏକ କୋଙ୍କଣୀ ଭାଷୀ ପରିବାରରେ ହୋଇଥିଲା। ତେବେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଦୟା ନାୟକ କେତେ ଫେମସ ତାହା ଏ କଥାରୁ ଜଣା ପଡେ ଯେ ତାଙ୍କ ଜୀବନ କାହାଣୀକୁ ନେଇ ବଲିଉଡରେ ଏକ ନୁହେଁ ଅନେକ ଫିଲ୍ମ ନିର୍ମିତ ହୋଇଛି। ୨୦୦୪ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଅବତକ ୫୬’ ତାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଥିଲା।
With Gratitude and Pride, I’d like
— DAYA NAYAK (@DayaBNayak) July 29, 2025
to share that I’ve been promoted to Assistant Commissioner of Police. While I wish I had more time in the role, I’m deeply satisfied knowing I’ve served my state and nation to the best of my ability. Honoured by this milestone and all that led…
ଏସିପି ପଦକୁ ପଦୋନ୍ନତୀ ନେଇ ଦୟା ନାୟକ କହିଛନ୍ତି ଯେ କୃତଜ୍ଞତା ଓ ଗର୍ବର ସହିତ ମୁଁ ସୂଚିତ କରିବାକୁ ଚାହୁଁଛି ମୋତେ ଏସିପି ପଦକୁ ପଦୋନ୍ନତୀ ମିଳିଛି। ତେବେ ମୁଁ ଚାହୁଁଥିଲି ଏହି ପଦରେ ମୋତେ ଆହୁରି ସମୟ ମିଳିଥାନ୍ତା। ତେବେ ମୁଁ ଏହା ଜାଣି ଖୁବ୍ ସନ୍ତୁଷ୍ଟ ଯେ ମୁଁ ମୋର ପୁରା କ୍ଷମତାରେ ମୋର ରାଜ୍ୟ ଓ ଦେଶର ସେବା କରିଛି। ଏହି ଉପଲବ୍ଧି ଓ ଏହା ସମ୍ପର୍କିତ ପ୍ରତ୍ୟେକ ଜିନିଷ ପାଇଁ ମୁଁ ସମ୍ମାନୀତ ଅନୁଭବ କରୁଛି।
ଏହା ପୂର୍ବରୁ ସେ ଏସିପି ପୋଷାକରେ ଏକ୍ସ ରେ ଏକ ପୋଷ୍ଟ କରିଥିଲେ। ଲେଖିଥିଲେ ଦିନକ ପରେ ଏହି ପୋଷାକକୁ ମୁଁ ସବୁଦିନ ପାଇଁ ଛାଡିବାକୁ ଯାଉଛି। ଜୀବନ ବ୍ୟାପୀ ସେବା ପରେ ଏହି କ୍ଷଣ ଗର୍ବର ଏକ ଗଭୀର ଶାନ୍ତ ଭାବନା ଭରି ଦେଉଛି। ହୋଇପାରେ ଏହା ଶେଷରେ ମିଳିଛି ହେଲେ ଏହା ମୋତେ ଏକ ଆଶିର୍ବାଦ ଭଳି ଲାଗୁଛି। ଏହା ଏକ ଏପରି ସମ୍ମାନ ଯାହା ନା କେବଳ ପଦୋନ୍ନତୀର ପ୍ରତୀକ ବରଂ ଜୀବନ ବ୍ୟାପୀ କର୍ତ୍ତବ୍ୟ, ଅନୁଶାସନ ଓ ସମର୍ପଣର ପ୍ରତୀକ।