Live Live
LIVE

ବିରାଟଙ୍କ ପରି ସଞ୍ଜୁ ସାମସନ ହୋଇଥିଲେ ଅଲୋଡ଼ା, ବାପାଙ୍କ ଗୋଟିଏ ପଦକ୍ଷେପ ବଦଳାଇଦେଲା ସବୁକିଛି

NEWS7
maharashtra-cabinet-expansion-in-july-says-deputy-cm-fadnavis

ନୂଆଦିଲ୍ଲୀ ୦୯/୦୩: ୨୦୨୬ ଟି-୨୦ ବିଶ୍ୱକପରେ ସଞ୍ଜୁ ସାମସନ ଭାରତର ସବୁଠାରୁ ବଡ଼ ମ୍ୟାଚ୍ ଓ୍ୱିନର । ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ସେ ଦଳର ପ୍ରଥମ ପସନ୍ଦ ନଥିଲେ । କିନ୍ତୁ ଆବଶ୍ୟକ ସମୟରେ ତାଙ୍କୁ ସୁଯୋଗ ଦିଆଯାଇଥିଲା । ସାମସନ ଏହି ସୁଯୋଗର ଫାଇଦା ଉଠାଇ ଭାରତକୁ ବିଜୟୀ କରାଇଥିଲେ । ସଞ୍ଜୁ ମାତ୍ର ପାଞ୍ଚଟି ମ୍ୟାଚ୍ରେ ୩୨୧ ରନ୍ କରିଥିଲେ । ଯେଉଁଥିରେ ଫାଇନାଲରେ ତାଙ୍କର ୮୯ ରନ୍ ବି ସାମିଲ ଥିଲା। ତାଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ୍ ବିବେଚିତ କରାଯାଇଥିଲା । ଯାହା ତାଙ୍କ ପାଇଁ ବଡ଼ ସ୍ୱପ୍ନ ସାକାର ସଦୃଶ ଥିଲା ।

ତେବେ ସଞ୍ଜୁଙ୍କ ଏହି ବିଜୟ ଯାତ୍ରା ନଥିଲା ସହଜ । ପିଲାଟିଦିନରୁ ରିଜେକ୍ସନର ଶିକାର ହୋଇଥିଲେ ସଞ୍ଜୁ । ତଥାପି ସେ ସବୁ ପାର୍ କରିଛନ୍ତି । କାରଣ ତାଙ୍କ ବିଜୟ ପଛରେ ରହିଛି ତାଙ୍କ ପିତାଙ୍କ ବଡ଼ ହାତ ।ବିରାଟ କୋହଲିଙ୍କ ପରି ସଞ୍ଜୁ ବି ରିଜେକ୍ସନର ଶିକାର:ସଞ୍ଜୁ ସାମସନଙ୍କ କାହାଣୀ ବିରାଟ କୋହଲିଙ୍କ ପରି । ଦିଲ୍ଲୀ ୧୪ ବର୍ଷରୁ କମ୍ ଦଳ ପାଇଁ ଟ୍ରାଏଲରେ ଅଂଶଗ୍ରହଣ କରିବା ସମୟରେ ଜୁନିଅର ସ୍ତରରେ ଦିଲ୍ଲୀ କ୍ରିକେଟ ଆସୋସିଏସନ (DDCA) ଚୟନକର୍ତ୍ତାଙ୍କ ଦ୍ୱାରା କୋହଲିଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

​​​​​​​

ତଥାପି, ଏହି ପତନ ତାଙ୍କୁ କେବଳ ଶକ୍ତିଶାଳୀ କରିଥିଲା । ଯାହା ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଖେଳାଳିମାନଙ୍କ ମଧ୍ୟରୁ ଜଣେ କରିଥିଲା । ପରିବାରର ତ୍ୟାଗ, ପ୍ରତ୍ୟାଖ୍ୟାନର ଯନ୍ତ୍ରଣା ଓ ଅଟଳ ସମର୍ପଣ ତାଙ୍କୁ ଜଣେ ଚାମ୍ପିଅନ ଖେଳାଳିରେ ପରିଣତ କରିଥିଲା।ବାପାଙ୍କ ଗୋଟିଏ ପଦକ୍ଷେପ ଚାମ୍ପିଅନ୍ କରିଥିଲା:ସଞ୍ଜୁଙ୍କ ଜନ୍ମ ୧୧ ନଭେମ୍ବର ୧୯୯୪ରେ କେରଳର ଥିରୁବନନ୍ତପୁରମରେ ହୋଇଥିଲା । ବାପା, ସାମସନ୍ ବିଶ୍ୱନାଥ, ଦିଲ୍ଲୀ ପୋଲିସରେ ଜଣେ କନଷ୍ଟେବଳ ଥିଲେ । ଯାହା ଫଳରେ ତାଙ୍କର କ୍ରିକେଟ୍ କ୍ୟାରିଅର ଦିଲ୍ଲୀରୁ ଆରମ୍ଭ ହୋଇଥିଲା ।

ତଥାପି, କମ୍ ବୟସରେ, ସେ ଦିଲ୍ଲୀ ଜୁନିଅର କ୍ରିକେଟ୍ ସିଷ୍ଟମରେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । ଏକ ଜୁନିଅର ଟୁର୍ଣ୍ଣାମେଣ୍ଟରେ ଆଠଟି ମ୍ୟାଚ୍ ରେ ୫୦୦ ରୁ ଅଧିକ ରନ୍ କରିବା ସତ୍ତ୍ୱେ, ତାଙ୍କୁ ଦିଲ୍ଲୀର ୧୩ ବର୍ଷରୁ କମ୍ ଦଳରେ ସାମିଲ କରାଯାଇନଥିଲା । ଏହି ପ୍ରତ୍ୟାଖ୍ୟାନ ତାଙ୍କ ପିତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା।ଏହା ପରେ, ତାଙ୍କ ବାପା ନିଷ୍ପତ୍ତି ନେଇଥିଲେ ଯେ ତାଙ୍କ ପୁଅର ସ୍ୱପ୍ନ ପୂରଣ କରିବା ପାଇଁ । ତାଙ୍କୁ ଏକ କଠୋର ପଦକ୍ଷେପ ନେଇ ଦିଲ୍ଲୀ ପୋଲିସରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।

ଏହାପରେ ସମଗ୍ର ପରିବାର କେରଳର ତିରୁବନନ୍ତପୁରମକୁ ଫେରି ଆସିଲେ । ଏହା ସହଜ ନିଷ୍ପତ୍ତି ନଥିଲା । ବାପାଙ୍କ ବିଶ୍ୱାସ ଥିଲା ଯେ ସଞ୍ଜୁଙ୍କ ପ୍ରତିଭାଙ୍କୁ ସେଠାରେ ଅଧିକ ସୁଯୋଗ ମିଳିବ।କେରଳରେ ପହଞ୍ଚିବା ପରେ, ସଞ୍ଜୁ ପୁଣି କଠିନ ପରିଶ୍ରମ କରିଥିଲେ । ଅଣ୍ଡର-୧୩ ସ୍ତରରେ କେରଳ ପାଇଁ ଖେଳି ସେ ପାଞ୍ଚଟି ମ୍ୟାଚ୍ ରେ ୯୭୩ ରନ୍ କରିଥିଲେ । ଦଳର ଅଧିନାୟକ ମଧ୍ୟ ହୋଇଥିଲେ । ଏହା ପରେ ସଞ୍ଜୁ ସାମସନ୍ ଆଉ ପଛକୁ ଫେରି ଚାହିଁ ନଥିଲେ।

ମାତ୍ର ୧୭ ବର୍ଷ ବୟସରେ, ସେ ୨୦୧୧-୧୨ ରଣଜୀ ଟ୍ରଫିରେ କେରଳ ପାଇଁ ପ୍ରଥମ ଶ୍ରେଣୀ ଡେବ୍ୟୁ କରିଥିଲେ। ସେ ଖୁବ୍ ଶୀଘ୍ର ଦୁଇଟି ଶତକ ସହ କରିଥିଲେ ଗୋଟିଏ ଅର୍ଦ୍ଧଶତକ । ତା’ପରେ ତାଙ୍କୁ ୨୦୧୩ ଆଇପିଏଲ୍ ପାଇଁ ରାଜସ୍ଥାନ ରୟାଲ୍ସ ଦ୍ୱାରା ମନୋନୀତ କରାଯାଇଥିଲା । ଯିଏ ଉଦୀୟମାନ ଖେଳାଳି ପୁରସ୍କାର ଜିତିଥିବା ସବୁଠାରୁ କମ୍ ବୟସ୍କ ଖେଳାଳିଙ୍କ ମଧ୍ୟରୁ ଜଣେ ହୋଇଥିଲେ । ଏହି ପ୍ରଦର୍ଶନ ତାଙ୍କ ପାଇଁ ଟିମ୍ ଇଣ୍ଡିଆର ଦ୍ୱାର ଖୋଲି ଦେଇଥିଲା।

ସେପଟେ ବିଜୟ ପରେ ବିରାଟ କୋହଲି ମଧ୍ୟ ସଞ୍ଜୁ ସାମସନ୍ଙ୍କୁ ବହୁତ ପ୍ରଶଂସା କରିଥିଲେ । ଟି-୨୦ ବିଶ୍ୱକପରେ ସଞ୍ଜୁ ସାମସନଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ବିଷୟରେ ବିରାଟ କୋହଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, ଚମତ୍କାର ଟୁର୍ଣ୍ଣାମେଣ୍ଟ ଖେଳିଲ, ସଞ୍ଜୁ ସାମସନ । ତୁମେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ପାଇବାକୁ ସମ୍ପୂର୍ଣ୍ଣ ଯୋଗ୍ୟ । ଯେତେବେଳେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ସେତେବେଳେ ତୁମେ ପ୍ରଦର୍ଶନ କରିଛ। ମୁଁ ତୁମ ପାଇଁ ବହୁତ ଖୁସି, ଚେତ୍ତା।

also read...

T-୨୦ World Cup: ସରିଗଲା କି କ୍ୟାରିୟର, ବଡ଼ ଘୋଷଣା କଲେ କ୍ୟାପଟେନ୍ ସୂର୍ଯ୍ୟା !