ଶବ୍ୟା କାବେରୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ପତ୍ନୀଙ୍କ ସହ କଲେ ପୂଜାର୍ଚ୍ଚନା

NEWS7
mahanga-news-today

ଭୁବନେଶ୍ଵର ୧୪ ।୦୧ : ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବୈତରଣୀ ନଦୀର ଶବ୍ୟା କାବେରୀ ଘାଟରେ ମୁଖ୍ୟମନ୍ତ୍ରୀ ସପତ୍ନୀକ ସହ ବୁଡ଼ ପକାଇଛନ୍ତି। ଘାଟରେ ପୂଜାର୍ଚ୍ଚନା ପରେ ପତ୍ନୀଙ୍କ ସହ ବୁଡ଼ ପକାଇଛନ୍ତି। ଏଥି ପାଇଁ ଶବ୍ୟା କାବେରୀ ଘାଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ମଧ୍ୟ ଉପସ୍ଥିତ ରହିଥିଲେ ।

ଖବର ଅନୁଯାୟୀ, ଦୁଇଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ । ପ୍ରଥମ ଦିନ ମାନେ ମଙ୍ଗଳବାର ଦିନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ବୁଧବାର ଦିନ ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମକର ବୁଡ଼ ପକାଇଛନ୍ତି । କେନ୍ଦୁଝର ଜିଲ୍ଲା ବୈତରଣୀ ନଦୀର ଶବ୍ୟା କାବେରୀ ଘାଟରେ ମକର ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ । ସପତ୍ନୀକ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଡ଼ ପକାଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ବୁଡ଼ ପକାଇବା କାର୍ଯ୍ୟକ୍ରମକୁ ଦେଖି ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖାସ୍‌ କରି ବୁଡ଼ ପକାଇବା ସ୍ଥାନରେ ବ୍ୟାରିକେଡ୍‌ କରାଯିବା ସହ ଓଡ୍ରାଫ ଟିମ୍‌ ନିୟୋଜିତ କରାଯାଇଛି ।

ସେହିପରି ଗତବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଜିଲ୍ଲା ପାଟଣା ବୈତରଣୀ ନଦୀରେ ମକର ବୁଡ଼ ପକାଇଥିଲେ । ପାଟଣା ବୈତରଣୀ ନଦୀର ଅନୁସୟା ଘାଟରେ ମକର ସ୍ନାନ କରି ଦେବ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ପୁଣ୍ୟତୋୟା ବୈତରଣୀ ନଦୀରେ ମକର ସ୍ନାନ କରିଥିଲେ । ସ୍ନାନ ପରେ ପ୍ରଥମେ ପାଟଣା ବୈତରଣୀ ନଦୀ ସନ୍ନିକଟ ପରମେଶ୍ୱର ମହାଦେବଙ୍କ ଦର୍ଶନ ପରେ ପୁରାତନ ଆନନ୍ଦେଶ୍ୱର ମହାଦେବ ଦର୍ଶନ କରି ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ଜଳାଭିଷେକ କରିଥିଲେ । ମୁଖ୍ୟମନ୍ତ୍ରୀ ୨୦୨୨ରେ ସଦର ବିଧାୟକ ଥିବା ବେଳେ ପାଟଣା ମୁଖ୍ୟାଳୟ ବୈତରଣୀ ନଦୀର ଅନୁସୟା ଘାଟରେ ମକର ବୁଡ ପକାଇଥିଲେ। ପ୍ରତିବର୍ଷ ମକର ସଂକ୍ରାନ୍ତିରେ ବୈତରଣୀ ନଦୀରେ ବୁଡ଼ ପକାଇଥାନ୍ତି ମୋହନ ଚରଣ ମାଝୀ ।​​​​​​​