ଝାରସୁଗୁଡା ୨୬।୭: ଲଗାଣ ବର୍ଷାରେ ଫୁଲିଲା ମହାନଦୀ ଏବଂ ଇବ୍ ନଦୀ l ଶନିବାର ଅପରାହ୍ନରୁ ମହାନଦୀ ପାଣି କୂଳ ଲଙ୍ଘି ସେମଲିଆ ଶିବ ମନ୍ଦିର ଭିତରକୁ ପଶିଥିବା ବେଳେ ଚାଷ ଜମି ଜଳମଗ୍ନ ହୋଇଛି l ବର୍ଷା ଅଧିକ ହେଲେ ନଦୀକୁଳିଆ ଗାଁ ସେମଲିଆ, ସୁଖାସୋଢା, ଚିଖିଲି, ମୁହୁଦି, ଶରଧା ଆଦି ଗ୍ରାମକୁ ବନ୍ୟା ପାଣି ପଶିବାର ଆଶଙ୍କା ରହିଛି l
ସେହିପରି ଇବ୍ ନଦୀ କୂଳଲଙ୍ଘି ବରଘାଟ ଶିବ ମନ୍ଦିର, ମା’ ଚଣ୍ଡୀ ମନ୍ଦିରକୁ ବନ୍ୟା ଜିଲ୍ଲା ପ୍ରବେଶ କରିଛି l ଏହାସହ ଇବ୍, ପୁଢ଼ାପାଲି, ଜମେରା, ଜମାପାଲି, ମାରାକୁଟା, ଗଣ୍ଡଘୋରା ପରି ଇବ୍ ନଦୀ କୁଳିଆ ଅଞ୍ଚଳରେ ବନ୍ୟା ପାଣି ପଶିବା ସ୍ଥିତି ଦେଖା ଦେଲାଣି l ଚାଷ ଜମି ବୁଡି ଯାଇ ପନିପରିବା, ଧାନ ଚାଷ ନଷ୍ଟ ହୋଇଛି l ଚାଷ ଜମିରେ ପାଣି ଜମି ରହିଥିବାରୁ ଚାଷୀର ଚାଷ ପଚି ନଷ୍ଟ ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି l
You Can Read:
ଦେବଝରଣ ଜଳପ୍ରପାତରେ ଅଘଟଣ, ପାଣିରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ