LIVE TV

୧୦୦ ବର୍ଷ ପରେ ଦୀପାବଳିରେ ସୃଷ୍ଟି ହେଉଛି ‘ମହାଲକ୍ଷ୍ମୀ’ ଯୋଗ, ଏହି ୩ ରାଶି ହେବେ ମାଲାମାଲ

NEWS7
Mahalakshmi Yoga

ଦୀପାବଳି ଉତ୍ସବ କେବଳ ଦୀପ ଆଲୋକ ଓ ପିଠା, ମିଠାର ନୁହେଁ, ବରଂ ଭାଗ୍ୟ ଚମକିବାର ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ। ଏଥରର ଦୀପାବଳି ଜ୍ୟୋତିଷୀୟ ଦୃଷ୍ଟିରୁ ଖାସ୍ ହେବାକୁ ଯାଉଛି। ଗ୍ରହଙ୍କ ଚାଲ ଚଳିତବର୍ଷ ଏପରି ଦୁର୍ଲଭ ସଂଯୋଗ ସୃଷ୍ଟି କରିବାକୁ  ଯାଉଛି ଯାହା ଗତ ୧୦୦ ବର୍ଷରେ ପ୍ରଥମ ଥର ହେବ । ଏଥର ଦୀପାବଳିରେ ‘ମହାଲକ୍ଷ୍ମୀ ରାଜଯୋଗ’, କିଛି ରାଶିଙ୍କ ନିମନ୍ତେ ଧନ, ସମୃଦ୍ଧି ଓ ସୌଭାଗ୍ୟର ବନ୍ଦ ଦ୍ୱାର ଖୋଲିବ। କ’ଣ ଏହି ମହାସଂଯୋଗ ଆସନ୍ତୁ ଜାଣିବା।

ଚଳିତବର୍ଷ ଦୀପାବଳି ୨୦ ଓ ୨୧ ଅକ୍ଟୋବର ଦୁଇ ଦିନ ପାଳିତ ହେବ। ଅକ୍ଟୋବର ୨୧ରେ ଚନ୍ଦ୍ର ତାଙ୍କର ଚାଲ ବଦଳାଇ ତୁଳା ରାଶିରେ ପ୍ରବେଶ କରିବେ। ସେଠାରେ ଗ୍ରହଙ୍କ ସେନାପତି ମଙ୍ଗଳ ପୂର୍ବରୁ ବିରାଜମାନ ଥିବେ। ଧନ ଓ ମନର କାରକ ଚନ୍ଦ୍ର ଏବଂ ସାହସର କାରକ ମଙ୍ଗଳ ମିଳିତ ଏହି ‘ମହାଲକ୍ଷ୍ମୀ ଯୋଗ’ ସୃଷ୍ଟି କରିବେ। ଏହି ଶକ୍ତିଶାଳୀ ରାଜଯୋଗର ପ୍ରଭାବ ଯଦିଓ ସବୁ ରାଶିଙ୍କୁ ଉପକୃତ କରିବ ତଥାପି ୩ ରାଶି ଏପରି ଯେଉଁମାନଙ୍କର ଭାଗ୍ୟ ଦୀପାବଳି ପରେ ଓଲଟି ପାରେ। ସେମାନଙ୍କୁ ଅଚାନକ ଧନଲଭା ଓ ପଦୋନ୍ନତି ଭଳି ସୁଯୋଗ ମିଳିପାରେ, ଯାହାର ସେମାନେ କଳ୍ପନା ମଧ୍ୟ କରିନଥିବେ।

ଏଥିରୁ ଗୋଟିଏ ରାଶି ହେଉଛି କନ୍ୟା ରାଶି। କନ୍ୟାରାଶି ଲୋକଙ୍କର ଯେପରି ଲଟେରି ଲାଗିବା ଭଳି ହେବ। ଏହି ମହାଲକ୍ଷ୍ମୀ ରାଜ ଯୋଗ କନ୍ୟା ରାଶି କୁଣ୍ଡଳିର ସିଧା ଧନ ଓ ବାଣି ଘରେ ସୃଷ୍ଟି ହେଉଛି। ଏଥିରେ କନ୍ୟା ରାଶି ଜାତକଙ୍କୁ  କେଉଁଠାରୁ ଅଚାନକ ଧନ ପ୍ରାପ୍ତି ହୋଇପାରେ। ହୁଏତ ଏହା ସେୟାର ବଜାର ହୋଇପାରେ ଅଥବା କୌଣସି ପୁରୁଣା ନିବେଶ କିମ୍ବା ଅଟକି ରହିଥିବା ପଇସା ସବୁ ଆଡୁ ଆପଣଙ୍କ ଉପରେ ଧନବର୍ଷା ହେବ। କାରବାରରେ ଏପରି କୌଣସି ବଡ ଡିଲ ହୋଇପାରେ ଯାହା ଆପଣଙ୍କୁ ମାଲାମାଲ କରିଦେବ। ଚାକିରୀଜୀବୀ ହୋଇଥିଲେ ଆୟର ନୂଆ ମାର୍ଗ ଖୋଲିବ। ମୋଟ ଉପରେ ଆପଣଙ୍କ ଆର୍ଥିକ ସ୍ଥିତି ଆପଣଙ୍କୁ ଚମତ୍କୃତ  କରିବ।

ସେହିପରି ମହାଲକ୍ଷ୍ମୀ ରାଜଯୋଗ ଦ୍ୱାରା ମାଲାମାଲ ହେବାକୁ ଥିବା ଅନ୍ୟ ରାଶିଟି ହେଉଛି ମକର ରାଶି। ଏହି ରାଶି ଜାତକଙ୍କୁ ଏବେ ସବୁ କାମରେ ସଫଳତା ମିଳିବ। ଏହାକୁ ଆପଣ ଭଲ ଦିନ ଆରମ୍ଭର ସଂକେତ ମଧ୍ୟ ବୁଝି ପାରନ୍ତି। ଏହାର ସିଧା ଅର୍ଥ ହେଉଛି ଆପଣଙ୍କ ସବୁ କାମ ଏବେ ସୁରୁଖୁରୁରେ ହୋଇଯିବ। ଯେଉଁମାନେ ସରକାରୀ ଚାକିରୀ ଲାଗି ଆଶାୟୀ ଅଛନ୍ତି ସେମାନଙ୍କ ଆଶା ପୂରଣ ହେବ। ସେହିପରି ଚାକିରୀ କରୁଥିଲେ ଇଛା କରୁଥିବା ସ୍ଥାନକୁ ବଦଳି ବା ପଦୋନ୍ନତୀ ପାଇ ପାରନ୍ତି। ଯଦି ବାଣିଜ୍ୟ ବ୍ୟବସାୟ କରୁଥାନ୍ତି ଆପଣଙ୍କ କାରବାର ବଢାଇବାକୁ ଏହା ସୁବର୍ଣ୍ଣ ସୁଯୋଗ।

ମହାଲକ୍ଷ୍ମୀ ଯୋଗ ଦ୍ୱାରା ଉପକୃତ ହେବାକୁ ଥିବା ତୃତୀୟ ରାଶିଟି ହେଉଛି କର୍କଟ ରାଶି। ଆପଣଙ୍କୁ ସୁଖ, ସୁବିଧା ଓ ଆରମ ପ୍ରାପ୍ତ ହେବ। କର୍କଟ ରାଶି ଜାତଙ୍କ ଲାଗି ଏହି ରାଜଯୋଗ ସେମାନଙ୍କ ସୁଖ ଓ ସୁବିଧା ଘରେ ସୃଷ୍ଟି ହେଉଛି। ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନ ଏବେ ବିଳାଶମୟ ହେବାରେ ଲାଗିବ। ଘର,ଗାଡ଼ି ଓ ନୂଆ ବାହନ କିଣିବା ପାଇଁ ଥିବା ଆପଣଙ୍କ ସ୍ୱପ୍ନ ଏହି ଦୀପାବଳିରେ ପୂରଣ ହୋଇଯିବ। ପରିବାରରେ ଖୁସିର ପରିବେଶ ରହିବ। ଏହି ସମୟରେ ଘରେ କୌଣସି ମାଙ୍ଗଳିକ ଅଥବା ଶୁଭ କାର୍ଯ୍ୟା ହୋଇପାରେ।