ମୁମ୍ଵାଇ ୦୨।୦୨; ମହାକୁମ୍ଭ ୨୦୨୫ର ଭାଇରାଲ ଗର୍ଲ ମୋନାଲିସା। ମହାକୁମ୍ଭର ଅନେକ ଭିଡିଓ ଏବଂ ରିଲ୍ ମଧ୍ୟ ଭାଇରାଲ୍ ହେଉଛି। ତାଙ୍କ ଆଖି ଯୋଗୁଁ ଓ ହସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମୋନାଲିସାର ସିମ୍ପଲ ଲୁକ୍ ସୋସିଆଲ ମିଡିଆରେ ଚହଳ ଖେଳାଇ ଦେଇଥିଲା। ତାଙ୍କର ଏହି ଅନ୍ଦାଜ୍ ପାଇଁ ଟ୍ୟାଗ୍ ନେମ ପାଇଥିଲେ ବ୍ଲାକ ବ୍ୟୁଟି ।
ମୋନାଲିସାଙ୍କ ଏହି ଆକର୍ଷଣୀୟ ଆଖି ବର୍ତ୍ତମାନ ତାଙ୍କ ଭାଗ୍ୟ ବଦଳାଇ ଦେଇଛି। କାରଣ ସେ ବର୍ତ୍ତମାନ ଜଣେ ଅଭିନେତ୍ରୀ ହେବାକୁ ଯାଉଛନ୍ତି। ତାଙ୍କୁ ମିଳିଛି ଫିଲ୍ମ ଅଫର । ଏବେ ସେ ଫିଲ୍ ସାଇନ କରିଛନ୍ତ। ମୋନାଲିସାଙ୍କୁ ଖୁବ ଶୀଘ୍ର ଏକ ବଲିଉଡ୍ ଫିଲ୍ମରେ ଦେଖିବାକୁ ମିଳିବ। ତାଙ୍କ ଫିଲ୍ମର ନାଁ ହେଉଛି ‘ଡାଏରୀ ଅଫ୍ ମଣିପୁରର’। ଏହି ଫିଲ୍ମ ପାଇଁ ମୋନାଲିସାଙ୍କୁ ମଧ୍ୟ ଭଲ ଫି ମିଳିଛି। ଫିଲ୍ମର ବଜେଟ୍ ୨୦ କୋଟି ଟଙ୍କା ରହିଥିବା ବେଳେ ମୋନାଲିସାଙ୍କୁ ୨୧ ଲକ୍ଷ ଟଙ୍କା ମିଳିଛି। ଏଥିମଧ୍ୟରୁ ତାଙ୍କୁ ୧ ଲକ୍ଷ ଟଙ୍କା ସାଇନି ଆମାଉଣ୍ଟ ଭାବରେ ପ୍ରଦାନ କରାଯାଇଛି।
ଖବର ଅନୁଯାୟୀ ମୋନାଲିସାଙ୍କ ନିଜ ଘର ଅର୍ଥାତ୍ ମଧ୍ୟପ୍ରଦେଶର ମହେଶ୍ୱର ଗାଁକୁ ଫେରିଯାଇଛନ୍ତି।ଭାଇରାଲ୍ ହେବା ହେତୁ ସେ ଯେଉଁ କାମରେ ଯାଇଥିଲେ ହୋଇପାରିଲା ନାହିଁ। ସେ ଠିକ୍ରେ ମାଳା ବିକ୍ରି କରିପାରିଲେ ନାହିଁ। କିନ୍ତୁ ତାଙ୍କ ଭାଗ୍ୟକୁ ଚମକେଇ ଦେଲା। ଏବେ ନିର୍ଦ୍ଦେଶକ ସନୋଜ ମିଶ୍ର ମୋନାଲିସାଙ୍କ ଗାଁରେ ପହଞ୍ଚି ତାଙ୍କ ପିଲ୍ମ ‘ଡାଏରୀ ଅଫ୍ ମଣିପୁର’ ପାଇଁ ସାଇନ୍ କରାଇଛନ୍ତି। ଏହି ଫିଲ୍ମରେ ମୋନାଲିସା ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ସୁଟିଂ ପୂର୍ବରୁ ତାଙ୍କୁ ମୁମ୍ବାଇରେ ଅଭିନୟ ତାଲିମ ମଧ୍ୟ ଦିଆଯିବ।