US Tariff on India: ବଦଳିଲା ଟ୍ରମ୍ପଙ୍କ ମିଜାଜ: ଭାରତ ଉପରେ ୨୫% ଶୁଳ୍କ ହ୍ରାସ କରିପାରେ ଆମେରିକା

NEWS7
maha-kumbh-stampede-30-dead-60-injured-says-up-police

ୱାଶିଂଟନ ଡିସି:Russian oil cuts, ବଦଳିଲା ଟ୍ରମ୍ପଙ୍କ ମିଜାଜ। ଭାରତ ଉପରେ ଶୁଳ୍କ ହ୍ରାସ କରିବେ ଟ୍ରମ୍ପ ସରକାର। ଆମେରିକା ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ଶୁଳ୍କ ହ୍ରାସ ନେଇ ସବୁଜ ସଂକେତ ଦେଇଛି। ଋଷ ଠାରୁ ତେଲ କିଣିବା ଅଭିଯୋଗ କରି ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଜାବାବୀ ଶୁଳ୍କ ସମେତ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା। ଏସୀୟ ଦେଶମାନଙ୍କ ଠାରୁ ଭାରତ ଉପରେ ସର୍ବାଧିକ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲା ଆମେରିକା। ବର୍ତ୍ତମାନ ଟ୍ରମ୍ପ ସରକାର ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ହଟାଇବାକୁ ବିଚାର କରୁଛନ୍ତି ବୋଲି ବେସେଣ୍ଟ କହିଛନ୍ତି। ତେବେ ଭାରତ ଋଷ ଠାରେ ତେଲ କିଣିବା କମାଇ ଦେଇଥିବାରୁ ଟ୍ରମ୍ପ ସରକାର ସୁଳ୍କ ହ୍ରାସ କରିବାକୁ ବିଚାର କରୁଛନ୍ତି ବୋଲି ବେସେଣ୍ଟ କହିଛନ୍ତି।

ଆମେରିକୀୟ ପତ୍ରିକା ପଲିଟିକୋକୁ ସାକ୍ଷାତକାର ଦେଇ ବେସେଣ୍ଟ କହିଛନ୍ତି ଯେ ଭାରତ ରୁଷୀୟ ତୈଳ ଆମଦାନୀ ହ୍ରାସ କରିଛି। ତେଣୁ ଭାରତୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ କମ କରିବାକୁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ସେ କହିଛନ୍ତି “ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ଆମର ଏକ ବଡ଼ ସଫଳତା। ଭରତର ଋଷ ତୈଳ ଆମଦାନୀ ଢାଞ୍ଚା ଧ୍ୱଂଶ ହୋଇଯାଇଛି। ତେବେ ବି ଟାରିଫ ଜାରି ରହିଛି। ତେଣୁ ମୋତେ ଲାଗୁଛି, ଏବେ ଶୁଲ୍କ ପ୍ରତ୍ୟାହାର କରିବାକୁ ବାଟ ଖୋଲିଛି।”

ଇଣ୍ଟରଭ୍ୟୁରେ ଭାରତ ବିଷୟରେ ବିଷୋଦ୍ଗାର କରିଛନ୍ତି ବେସେଣ୍ଟ। ୟୁରୋପ ଭାରତ ବିରୁଦ୍ଧରେ ଶୁଳ୍କ ଲଗାଇବାକୁ ଚାହୁଁ ନାହିଁ। କାରଣ ସେ ଭାରତ ସହିତ ବଡ଼ ଟ୍ରେଡ୍ ଡିଲ୍ କରିବାକୁ ଚାହୁଁଛି। ଭାରତ ଠାରୁ ରିଫାଇଣ୍ଡ ଏନର୍ଜି ପ୍ରଡକ୍ଟ କିଣିବା ୟୁରୋପର ବୋକାମି ବୋଲି ବେସେଣ୍ଟ କହିଛି।

ଗତ ସପ୍ତାହରେ ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ ଅବସରରେ ବେସେଣ୍ଟ ଫକ୍ସ ନ୍ୟୁଜ ସହ ଆଲୋଚନା କଲା ବେଳେ କହିଥିଲେ ଯେ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ ଭାରତ, ରୁଷୀୟ ତୈଳ କ୍ରୟକୁ ଯଥେଷ୍ଟ ହ୍ରାସ କରିଛି। ୟୁକ୍ରେନ ସହ ବିବାଦ ଆରମ୍ବ ହେବା ପରେ ଭାରତ ଋଷ ଠାରୁ ତୈଳ ଆମଦାନୀ ଆରମ୍ଭ କରିଥିଲା। କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଉପରେ ୨୫% ଶୁଳ୍କ ଲଗାଇଥିଲେ। ଏହାପରେ ଭାରତ ଗିୟର ବଦଳାଇ ଋଷ ଠାରୁ ତୈଳ ଆମଦାନୀ ବନ୍ଦ କରିଦେଇଛି।

ନିକଟରେ ଆମେରିକୀୟ ଉଦ୍ୟୋଗୀ ଚମାଥ ପାଲିହାପିଟିଆଙ୍କ ଅଲ୍-ଇନ୍ ପଡକାଷ୍ଟରେ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ କହିଥିଲେ ମୋଦୀ ଟ୍ରମ୍ପଙ୍କୁ ଫୋନ କଲେ ନାହିଁ ବୋଲି ଭାରତ ଉପରେ ଶୁଲ୍କ ଲାଗିଥିଲା। ଲୁଟନକି କହିଥିଲେ ସବୁକିଛି ଠିକ୍ ଥିଲା। ହେଲେ ମୋଦୀ ଟ୍ରମ୍ପଙ୍କୁ ଗୋଟେ ଫୋନ କଲେ ନାହିଁ କି ତାଙ୍କ କଥାରେ ରାଜି ହେଲେ ନାହିଁ। ତେଣୁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗା ଗଲା। ଏହି ସ୍ୱୀକାରୋକ୍ତି ପରେ ଟ୍ରେଡ୍ ଡିଲ୍ ନ ହେବା ପଛରେ ଟ୍ରମ୍ପଙ୍କର ଅହଂକାର ଲୁଚି ରହିଥିବା ଜଣାପଡ଼ିଥିଲା।

ଆଉ ଏବେ ଆମେରିକା ବାଣିଜ୍ୟମନ୍ତ୍ରୀଙ୍କ ଶୁଳ୍କ କମାଇବା ନେଇ ବୟାନ କିଛି ଅଲଗା ବୟାନ କରୁଛି। ମିଡିଆ ରିପୋର୍ଟ ଅନୁସାରେ ଭାରତ ଯଦିଓ ଋଷ ଠାରୁ ତେଲ କିଣିବା କମାଇ ଦେଇଛି, ହେଲେ ସମ୍ପୂର୍ଣ୍ଣ ବନ୍ଦ କରି ନାହିଁ। ତେବେ ଇୟୁ ସହିତ ଭାରତର ଟ୍ରେଡ୍ ଡିଲ ଓ ସହ ଆମେରିକା ଏକଘରକିଆ ପଡ଼ିଯିବା, ଭାରତ ବିରୁଦ୍ଧରେ ଶୁଳ୍କ ହ୍ରାସ କରିବା ପାଇଁ ଟ୍ରମ୍ପ ସରକାରଙ୍କ ଉପରେ ଚାପ ପକାଇଥାଇ ପାରେ ବୋଲି ଏକ୍ସପର୍ଟମାନେ କହୁଛନ୍ତି।