LIVE TV

‘ଘଟଣାସ୍ଥଳରୁ ପଳାଇବା ନିଜର ମାନସିକତାକୁ ଦର୍ଶାଉଛି ': କରୁର ଦଳାଚକଟାରେ ଅଭିନେତା ବିଜୟଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

NEWS7
Karur stampede

ଚେନ୍ନାଇ : ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ପୀଠ କରୁର ଦଳଚକଟା ଘଟଣାରେ ତମିଲଗା ଭେତ୍ରି କଝଗମ (ଟିଭିକେ) ନେତାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। କହିଛନ୍ତି ପାର୍ଟି ମୁଖ୍ୟ ବିଜୟ ଘଟଣାସ୍ଥଳରୁ ପଳାଇ ଯାଇ ଥିଲେ ଏବଂ ପାର୍ଟି ନିଜେ ବି ଦୁଃଖ ପ୍ରକାଶ କରି ନଥିଲା। ଏହା ବିଜୟ ( ଅଭିନେତା-ରାଜନେତା)ଙ୍କର ମାନସିକ ସ୍ଥିତିକୁ ଦର୍ଶାଇ ଥାଏ। ବିଚାରପତି ସେନ୍ଥିଲକୁମାର ଟିପ୍ପଣୀ କରିଛନ୍ତି ଯେ, ଦଳାଚକଟାରେ ୪୧ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଏହାର ଭୁଲ୍ ଉପାୟରେ ପରିଚାଳନା କରାଯାଇ ଥିଲା। ସେ କହିଛନ୍ତି ଯେ, ରାଜ୍ୟ ବିଜୟଙ୍କ ପ୍ରତି ଅନୁକମ୍ପା ଦେଖାଇଛି, ଯଦିଓ ସମସ୍ତେ ଭିଡ଼ିଓ ଓ ଫଟୋ ଦେଖିଛନ୍ତି।

କୋର୍ଟ ଆୟୋଜକ ଓ ପୁଲିସ ଉଭୟଙ୍କୁ ଦାୟୀ କରାଇ ଜବାବ ମାଗିଛନ୍ତି। ବିଚାରପତି ପ୍ରଶ୍ନ କରିଛନ୍ତି , ଏକ ଇଭେଣ୍ଟର ଆୟୋଜକ ଭାବେ ଆପଣଙ୍କର କଣ କୌଣସି ଦାୟିତ୍ୱ ନାହିଁ ? ବିଜୟଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅନୁକମ୍ପା ଉପରେ କୋର୍ଟ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ମନ୍ତବ୍ୟ ଦେଇଛନ୍ତି ଯେ, ଘଟଣା ସମୟରେ ବିଜୟ ଦଳାଚକଟା ଘଟଣାସ୍ଥଳରୁ ପଳାଇ ଯାଇଥିଲେ। କୋର୍ଟ କହିଛନ୍ତି ଯେ, ଟିଭିକେ ଅନୁତାପ ମଧ୍ୟ କରି ନାହିଁ। ଟିଭିକେ ନେତା ଘଟଣା ସ୍ଥଳରୁ ଗାଏବ ହୋଇ ଯିବା ଏହା ବିଜୟଙ୍କ ମାନସିକ ସ୍ଥିତିକୁ ଦର୍ଶାଉଛି।

ଘଟଣାର ତଦନ୍ତ ପାଇଁ ବରିଷ୍ଠ ଆଇପିଏସ ଅଧିକାରୀ ଅସ୍ରା ଗର୍ଗଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି) ଗଠନ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ, କୋର୍ଟ ଟିଭିକେ ନେତା ବସୀ ଆନନ୍ଦ ଏବଂ ସିଟିଆର ନିର୍ମଳ କୁମାରଙ୍କ ଆଗୁଆ ଜାମିନ ଆବେଦନ ଉପରେ ଆଦେଶ ସଂରକ୍ଷିତ ରଖି ଥିଲେ ଏବଂ ସନ୍ଧ୍ୟାରେ ଆବେଦନଗୁଡ଼ିକୁ ଖାରଜ କରି ଦେଇ ଥିଲେ। ପ୍ରକୃତରେ, କୋର୍ଟ ଏକ ଜନସ୍ୱାର୍ଥ ମାମଲା (PIL)ର ମଧ୍ୟ ଶୁଣାଣି କରୁ ଥିଲେ, ଯେଉଁଥିରେ ଗୃହ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ବ୍ୟାପକ ନିର୍ଦ୍ଦେଶାବଳୀ କିମ୍ବା ମାନକ ସଞ୍ଚାଳନ ପ୍ରକ୍ରିୟା (SOP) ପ୍ରସ୍ତୁତ ନହେବା ଯାଏ ରୋଡ୍‌ ଶୋ'’ ଅନୁମତି ନଦେବାକୁ  ଅନୁରୋଧ କରାଯାଇଛି।

ବରିଷ୍ଠ ଓକିଲ ଭି.ରାଘଭାଚାରୀ , ଜୋ ଆନନ୍ଦ ଓ ନିର୍ମଳ କୁମାରଙ୍କ ପକ୍ଷରୁ ହାଜର ହୋଇଥିଲେ ,ସେମାନେ କହିଥିଲେ ଆବେଦନକାରୀଙ୍କୁ ନିଜର କାର୍ଯ୍ୟକର୍ତ୍ତାଙ୍କୁ କ୍ଷତି ପହଞ୍ଚାଇବାର କୌଣସି ଉଦ୍ଦେଶ୍ୟ ନଥିଲା ଏବଂ ଏହି ଘଟଣାକୁ ଅନିଚ୍ଛାକୃତ ହତ୍ୟା ଭାବେ ଦେଖା ଯାଇ ପାରିବ ନାହିଁ। ସେ ପୁଲିସ ଉପରେ ପର୍ଯ୍ୟାପ୍ତ ସୁରକ୍ଷା ନଦେବାର ଅଭିଯୋଗ ଲଗାଇଛନ୍ତି ଏବଂ କହିଛନ୍ତି ସ୍ଥଳ ଆବେଦନକାରୀ ବାଛି ନଥିଲେ। ସେ କହିଛନ୍ତି , ଯଦି ଭେଲୁସାମିପୁରମ ଆପତ୍ତିଜନକ ଥିଲା , ତ ପୁଲିସକୁ ଆବେଦନକାରୀଙ୍କ ଅନୁରୋଧକୁ ଖାରଜ କରିଦେବା ଉଚିତ ଥିଲା। ଚେନ୍ନାଇ – ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ପୀଠ କରୁର ଦଳଚକଟା ଘଟଣାରେ ତମିଲଗା ଭେତ୍ରି କଝଗମ (ଟିଭିକେ) ନେତାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। କହିଛନ୍ତି ପାର୍ଟି ମୁଖ୍ୟ ବିଜୟ ଘଟଣାସ୍ଥଳରୁ ଫେରାର ହୋଇ ଯାଇ ଥିଲେ ଏବଂ ପାର୍ଟି ନିଜେ ବି ଦୁଃଖ ପ୍ରକାଶ କରି ନଥିଲା।  ଏହା ବିଜୟ ( ଅଭିନେତା-ରାଜନେତା)ଙ୍କର ମାନସିକ ସ୍ଥିତିକୁ ଦର୍ଶାଇ ଥାଏ।

ବିଚାରପତି ସେନ୍ଥିଲକୁମାର ଟିପ୍ପଣୀ କରିଛନ୍ତି ଯେ, ଦଳାଚକଟାରେ ୪୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଏହାର ଭୁଲ୍ ଉପାୟରେ ପରିଚାଳନା କରାଯାଇ ଥିଲା। ସେ କହିଛନ୍ତି ଯେ, ରାଜ୍ୟ ବିଜୟଙ୍କ ପ୍ରତି ଅନୁକମ୍ପା ଦେଇଛି, ଯଦିଓ ସମସ୍ତେ ଭିଡ଼ିଓ ଓ ଫଟୋ ଦେଖିଛନ୍ତି। କୋର୍ଟ ଆୟୋଜକ ଓ ପୁଲିସ ଉଭୟଙ୍କୁ ଦାୟୀ କରାଇ ଜବାବ ମାଗିଛନ୍ତି। ବିଚାରପତି ପ୍ରଶ୍ନ କରିଛନ୍ତି , ଏକ ଇଭେଣ୍ଟର ଆୟୋଜକ ଭାବେ ଆପଣଙ୍କର କଣ କୌଣସି ଦାୟିତ୍ୱ ନାହିଁ ? ବିଜୟଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅନୁକମ୍ପା ଉପରେ କୋର୍ଟ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ମନ୍ତବ୍ୟ ଦେଇଛନ୍ତି ଯେ, ଘଟଣା ସମୟରେ ବିଜୟ ଦଳାଚକଟା ଘଟଣାସ୍ଥଳରୁ ପଳାଇ ଯାଇଥିଲେ। କୋର୍ଟ କହିଛନ୍ତି ଯେ, ଟିଭିକେ ଅନୁତାପ ମଧ୍ୟ କରି ନାହିଁ। ଟିଭିକେ ନେତା ଘଟଣା ସ୍ଥଳରୁ ଗାଏବ ହୋଇ ଯିବା ଏହା ବିଜୟଙ୍କ ମାନସିକ ସ୍ଥିତିକୁ ଦର୍ଶାଉଛି।

ଘଟଣାର ତଦନ୍ତ ପାଇଁ ବରିଷ୍ଠ ଆଇପିଏସ ଅଧିକାରୀ ଅସ୍ରା ଗର୍ଗଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି) ଗଠନ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ, କୋର୍ଟ ଟିଭିକେ ନେତା ବସୀ ଆନନ୍ଦ ଏବଂ ସିଟିଆର ନିର୍ମଳ କୁମାରଙ୍କ ଆଗୁଆ ଜାମିନ ଆବେଦନ ଉପରେ ଆଦେଶ ସଂରକ୍ଷିତ ରଖି ଥିଲେ ଏବଂ ସନ୍ଧ୍ୟାରେ ଆବେଦନଗୁଡ଼ିକୁ ଖାରଜ କରି ଦେଇଥିଲେ। ପ୍ରକୃତରେ, କୋର୍ଟ ଏକ ଜନସ୍ୱାର୍ଥ ମାମଲା (PIL)ର ମଧ୍ୟ ଶୁଣାଣି କରୁଥିଲେ, ଯେଉଁଥିରେଗୃହ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ବ୍ୟାପକ ନିର୍ଦ୍ଦେଶାବଳୀ କିମ୍ବା ମାନକ ସଞ୍ଚାଳନ ପ୍ରକ୍ରିୟା (SOP) ପ୍ରସ୍ତୁତ ନହେବା ଯାଏ ରୋଡ୍‌ ଶୋ'’ ଅନୁମତି ନଦେବାକୁ  ଅନୁରୋଧ କରାଯାଇଛି।

ବରିଷ୍ଠ ଓକିଲ ଭି.ରାଘଭାଚାରୀ , ଜୋ ଆନନ୍ଦ ଓ ନିର୍ମଳ କୁମାରଙ୍କ ପକ୍ଷରୁ ହାଜର ହୋଇଥିଲେ ,ସେମାନେ କହିଥିଲେ ଆବେଦନକାରୀଙ୍କୁ ନିଜର କାର୍ଯ୍ୟକର୍ତ୍ତାଙ୍କୁ କ୍ଷତି ପହଞ୍ଚାଇବାର କୌଣସି ଉଦ୍ଦେଶ୍ୟ ନଥିଲା ଏବଂ ଏହି ଘଟଣାକୁ ଅନିଚ୍ଛାକୃତ ହତ୍ୟା ଭାବେ ଦେଖା ଯାଇ ପାରିବ ନାହିଁ। ସେ ପୁଲିସ ଉପରେ ପର୍ଯ୍ୟାପ୍ତ ସୁରକ୍ଷା ନଦେବାର ଅଭିଯୋଗ ଲଗାଇଛନ୍ତି ଏବଂ କହିଛନ୍ତି ସ୍ଥଳ ଆବେଦନକାରୀ ବାଛି ନଥିଲେ। ସେ କହିଛନ୍ତି, ଯଦି ଭେଲୁସାମିପୁରମ ଆପତ୍ତିଜନକ ଥିଲା, ତ ପୁଲିସକୁ ଆବେଦନକାରୀଙ୍କ ଅନୁରୋଧକୁ ଖାରଜ କରି ଦେବା ଉଚିତ ଥିଲା।