ବିବାହ ସାରି ଫେରୁଥିବା କାର୍‌ ଉପରେ ଓଲଟିଲା ଟ୍ରକ୍, ଚାଲିଗଲା ୯ ଜୀବନ

Published By : Prameya-News7 Bureau | June 04, 2025 IST

ଝାବୁଆ ୦୪/୦୬: ମଧ୍ୟପ୍ରଦେଶ ଝାବୁଆ ମେଘନଗର ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ରାଜସ୍ଥାନରୁ ସିମେଣ୍ଟ ନେଇ ଆସୁଥିଲା ଟ୍ରକ୍ । ରାତି ୩ଟାରୁ ୪ଟା ମଧ୍ୟରେ ଘଟିଲା ଭୟଙ୍କର ଦୁର୍ଘଟଣା । ଝାବୁଆ ମେଘନଗରଠାରେ ଟ୍ରକଟି ଏକ ମାରୁତି ଇକୋ ଉପରେ ଓଲଟି ପଡ଼ିବାରୁ ସେଥିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୯ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହାସହ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଏ ଦୃଶ୍ୟକୁ ଦେଖିଲେ ଦୁର୍ଘଟଣା କେତେ ଭୟାବହ ହୋଇଥିବା ତାହା ସ୍ପଷ୍ଟ ଜଣାପଡ଼ୁଛି । ଏ ନେଇ ଅଧିକ ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.