The Hundred 2026: ପାକିସ୍ତାନୀ ଖେଳାଳିଙ୍କୁ କିଣିଲା ସନରାଇଜର୍ସ ଲିଡ୍ସ

NEWS7
lt-chairmans-controversial-statement-again

ନୂଆଦିଲ୍ଲୀ: ଭାରତୀୟଙ୍କ ମାଲିକାନାରେ ଥିବା ଦଳ ସନରାଇଜର୍ସ ଲିଡ୍ସ ପାକିସ୍ତାନୀ ଖେଳାଳିଙ୍କୁ କିଣିଛି । ଉସମାନ ତାରିକ ପ୍ରଥମରୁ ଚୟନ ହୋଇଥିବା ବେଳେ ଏବେ ବିବାଦୀୟ ସ୍ପିନର ଅବରାର ଅହମ୍ମଦ ମଧ୍ୟରେ ଦଳରେ ସାମିଲ ହୋଇଛନ୍ତି । ଇଂଲଣ୍ଡର ଫ୍ରାଞ୍ଚାଇଜ୍ ଲିଗ୍ ‘ଦି ହଣ୍ଡ୍ରେଡ୍’ ର ୨୦୨୬ ସିଜିନ୍ ପାଇଁ ଖେଳାଳିଙ୍କ ନିଲାମୀ ଗୁରୁବାର ହୋଇଥିଲା। ଭାରତୀୟ ମାଲିକାନାରେ ଥିବା ସନରାଇଜର୍ସ ଲିଡ୍ସ ପାକିସ୍ତାନର ଅବରାର ଅହମ୍ମଦଙ୍କୁ ୨.୩୪ କୋଟି ଟଙ୍କା ରେ କିଣିଛି ।

କଳାନିଧି ମାରନଙ୍କ ନେତୃତ୍ବାଧୀନ ସନ୍ ଗ୍ରୁପ୍ ମାଲିକାନାରେ ଅଛି ସନରାଇଜର୍ସ ଲିଡ୍ସ । ନିଲାମ ଟେବୁଲରେ ଫ୍ରାଞ୍ଚାଇଜର ସିଇଓ ଏବଂ ଲୋକପ୍ରିୟ ଚେହେରା କାବ୍ୟା ମାରାନ ମଧ୍ୟ ଉପସ୍ଥିତ ଥିଲେ। ଯେତେବେଳେ ସନରାଇଜର୍ସ ଲିଡ୍ସ ଅବରାର ଅହମ୍ମଦଙ୍କୁ କିଣିବା ପାଇଁ ବିଡ୍ କରିଥିଲା, ସେତେବେଳେ କାବ୍ୟା ଦଳର ମୁଖ୍ୟ ପ୍ରଶିକ୍ଷକ ଡାନିଏଲ୍ ଭିଟୋରିଙ୍କ ସହିତ ଲଣ୍ଡନରେ ଉପସ୍ଥିତ ଥିଲେ। ସନରାଇଜର୍ସ ଲିଡ୍ସର ଅଧିନାୟକ ହ୍ୟାରି ବ୍ରୁକ୍ ଅଛନ୍ତି । କୌଣସି ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦୀର୍ଘ ବର୍ଷ ପରେ ଜଣେ ପାକିସ୍ତାନୀ କ୍ରିକେଟରଙ୍କୁ କିଣିଛି । ଉଲ୍ଲେଖନୀୟ ଯେ, ଆଇପିଏଲ୍ରେ ଅଂଶଗ୍ରହଣ କରୁଥିବା ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ସନ୍ ଗ୍ରୁପ ମାଲିକାନାରେ ରହିଛି ।

ଦି ହଣ୍ଡ୍ରେଡ୍ର ୮ଟି ଫ୍ରାଞ୍ଚାଇଜ୍ ମଧ୍ୟରୁ ଚାରୋଟି ଏବେ ଭାରତୀୟଙ୍କ ମାଲିକାନାରେ ଅଛି। ଏହି ଫ୍ରାଞ୍ଚାଇଜ୍ଗୁଡ଼ିକରେ ମାଞ୍ଚେଷ୍ଟର ସୁପର ଜାଏଣ୍ଟ୍ସ, MI ଲଣ୍ଡନ, ସାଉଦର୍ଣ୍ଣ ବ୍ରେଭ୍ ଏବଂ ସନରାଇଜର୍ସ ଲିଡ୍ସ ଅନ୍ତର୍ଭୁକ୍ତ। ୨୦୨୨ ମସିହାରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିବା ଅବରାର ଅହମ୍ମଦଙ୍କୁ ପ୍ରଥମେ ଟେଷ୍ଟ ବିଶେଷଜ୍ଞ ଭାବରେ ବିବେଚନା କରାଯାଉଥିଲା। ୨୦୨୪ ମସିହାରେ ଟି-୨୦ ଡେବ୍ୟୁ କରିବା ପରଠାରୁ, ଅବରାର ୩୮ ମ୍ୟାଚ ୫୨ ୱିକେଟ୍ ନେଇଛନ୍ତି ।

ICC ପୁରୁଷ T20 ବିଶ୍ୱକପ୍ରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଚାରୋଟି ମ୍ୟାଚ୍ରେ ୬ଟି ୱିକେଟ୍ ନେଇଥିଲେ ଅବରାର । କୌଣସି ଭାରତୀୟ ପ୍ରାଞ୍ଚାଇ ପାକିସ୍ତାନୀ ଖେଳାଳିଙ୍କୁ ସାମିଲ କରିବେ ନାହିଁ ବୋଲି ଯେଉଁ କଳ୍ପନା କରାଯାଉଥିଲା, ସେଥିରେ ସନରାଇଜର୍ସ ଲିଡ୍ସ ବିରାମ ଟାଣିଛି । ଅବରାରଙ୍କୁ ଦଳରେ ସାମିଲ କରିଛି ସନରାଇଜର୍ସ ଲିଡ୍ସ ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତ କୂଟନୈତିକ ସମ୍ପର୍କ ଯୋଗୁଁ ୨୦୦୯ ପରଠାରୁ IPL ଫ୍ରାଞ୍ଚାଇଜ୍ଗୁଡ଼ିକ ପାକିସ୍ତାନୀ କ୍ରିକେଟରଙ୍କ ସହିତ କୌଣସି ଚୁକ୍ତି ସ୍ୱାକ୍ଷର କରିନାହାନ୍ତି। ସନ୍ ଗ୍ରୁପ୍ ମଧ୍ୟ IPLରେ ସନରାଇଜର୍ସ ହାଇଦ୍ରାବାଦର ମାଲିକ । SA20 ରେ ସନ ଗ୍ରୁପର ଏକ ଦଳ, ସନରାଇଜର୍ସ ଇଷ୍ଟର୍ଣ୍ଣ କେପ୍ ମଧ୍ୟ ଅଛି । କିନ୍ତୁ ସେହି ଦଳରେ କୌଣସି ପାକିସ୍ତାନୀ ଖେଳାଳି ନାହାନ୍ତି। ନିଲାମୀରେ ବିକ୍ରି ହୋଇଥିବା ଦ୍ୱିତୀୟ ପାକିସ୍ତାନୀ ଖେଳାଳି ଥିଲେ ଅବରାର । ଆଉ ଜଣେ ସ୍ପିନର ଉସମାନ ତାରିକଙ୍କୁ ବର୍ମିଂହାମ ଫୋନିକ୍ସ ୧.୭୨ କୋଟି ଟଙ୍କାରେ କିଣିଥିଲେ। ଏହି ଲିଗ୍ ଜୁଲାଇ ୨୧ ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଚାଲିବ।