ନୂଆଦିଲ୍ଲୀ ୦୧/୦୩: ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ । ପୁଣି ବଢିଲା କମର୍ସିଆଲ ସିଲିଣ୍ଡର ଦର । ୧୯ କେଜି ସିଲିଣ୍ଡର ପିଛା ୬ ଟଙ୍କ ବୃଦ୍ଧି ପାଇଛି । ତୈଳ ବିପଣନ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି କରିଛନ୍ତି। ଏହି ସିଲିଣ୍ଡର ଏବେ ଦିଲ୍ଲୀରେ ୧୮୦୩ ଟଙ୍କାରେ ଉପଲବ୍ଧ ହେବ।
୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୯୭ରୁ ବଢି ୧୮୦୩ ଟଙ୍କା ହୋଇଛି । ୬ ଟଙ୍କା ବୃଦ୍ଧି ହୋଇଛି ଦର । ମାସ ଆରମ୍ଭରୁ ତୈଳ କମ୍ପାନୀ ଦ୍ବାରା ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇଥାଏ । ଏହା ପୂର୍ବରୁ ଗତ ଫେବୃଆରୀ ମାସରେ ବଜେଟ୍ ଦିନ ୭ ଟଙ୍କା କମିଥିଲା । ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।
ଗତ ଫେବୃୟାରୀରେ ବଜେଟ୍ ଦିନ ତୈଳ ମାର୍କେଟିଂ କମ୍ପାନୀ ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ୭ ଟଙ୍କା କମ୍ କରିଥିଲା । ଯାହାକି ବର୍ଷର ଲଗାତାର ଦ୍ବିତୀୟ ଥର ପାଇଁ ଗ୍ୟାସ ଦର କମିଥିଲା । ଗତ ଜାନୁଆରୀ ପହିଲାରେ କମର୍ସିଆଲ ଗ୍ୟାସ ଦର ୧୪.୫୦ ଟଙ୍କା କମିଥିଲା । ପ୍ରତିମାସର ଉଭୟ କମର୍ସିଆଲ ଓ ଘରୋଇ ସିଲିଣ୍ଡର ଗ୍ୟାସ ଦର ପରିବର୍ତ୍ତନ ହୋଇଥାଏ ।
ସୂଚନା ଥାଉକି, ତେଲ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜିର ମୂଲ୍ୟ ସଂଶୋଧନ କରନ୍ତି। ଆଜି ସେହିପରି ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।