ରାଜ୍ୟରେ ଜାରି ଲଘୁଚାପ ଜନିତ ବର୍ଷା; ୫୦ ମିଲିମିଟର ଅଧିକ ବର୍ଷା ରେକର୍ଡ

Published By : Prameya-News7 Bureau | July 24, 2025 IST

ଭୁବନେଶ୍ୱର :   ରାଜ୍ୟରେ ଜାରି  ଲଘୁଚାପ ଜନିତ ବର୍ଷା। ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ୩୦ଟି ବ୍ଲକରେ ୫୦ ମିଲିମିଟର ଅଧିକ ବର୍ଷା  ରେକର୍ଡ କରାଯାଇଛି। ନବରଙ୍ଗପୁର , ଅନୁଗୁଳ, ଦେବଗଡ଼, କଟକ, କନ୍ଧମାଳ, ଗଞ୍ଜାମ, ସମ୍ବଲପୁର, ସୁନ୍ଦରଗଡ଼, ଢେଙ୍କାନାଳ, ନୂଆପଡା, ଗଜପତି, ବରଗଡ଼,  ରାୟଗଡା ଓ ବଲାଙ୍ଗୀରରେ ବର୍ଷା ହୋଇଛି। ଝରିଗାଓଁରେ ୧୩୧ ମିମି ବର୍ଷା ହୋଇଛି। ଅନ୍ୟ ଜାଗାରେ ବିକ୍ଷିପ୍ତ ବର୍ଷା ହୋଇଛି। ଉପର ବ୍ରାହ୍ମଣୀ ବେସିନରେ ୪୦ ମିମି, ଉପର ମହାନଦୀ ୩୫ ମିମି, ଋଷିକୂଲ୍ୟା ୩୧ମିମି ଓ ଇନ୍ଦ୍ରାବତୀ ବେସିନିରେ ୩୦ ମିମି ବର୍ଷା ହୋଇଛି। 

ଏହି ବର୍ଷା ଦ୍ୱାରା ବିଭିନ୍ନ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ସମ୍ଭାବନା ଅଛି। ବର୍ତ୍ତମାନ କୌଣସି ଜାଗାରେ ବନ୍ୟା ପରିସ୍ଥିତି ନାହିଁ। ସବୁ ଜାଗାରେ ବିପଦ ସଂକୁଳ ତଳେ ଯଥେଷ୍ଟ ତଳେ ରହିଛି। ଗତ କାଲିର ବର୍ଷାକୁ ନେଇ ସମୀକ୍ଷା କରା ଯାଇଛି। ବ୍ରାହ୍ମନୀ ନଦୀରେ ରେଙ୍ଗାଲୀ ଡ୍ୟାମ୍ ଥିବା ବେଳେ ଉପର ମହାନଦୀରେ ହୀରାକୁଦ ଡ୍ୟାମ ରହିଛି। ଯାହା ପାଣି ଆସିବ ଗେଟ ଅପରେସନ କରାଯିବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବନ୍ୟା ହୁଏ, ସେ ଅନୁସାରେ ଗେଟ ଖୋଲାଯିବ।  ବ୍ରାହ୍ମଣୀ ଓ ହୀରାକୂଦ ଡ୍ୟାମର ଗେଟ ଖୋଲା ଅଛି । ସତର୍କତା ଦୃଷ୍ଟିରୁ ଜଳ ସେଚନ ବିଭାଗ ଅଛି। ଲଘୁଚାପ ବର୍ଷା ପାଇଁ ଜଳ ସେଚନ ବିଭାଗ ନଜର ରଖିଛି। ଅନ୍ୟ ବିଭାଗ ସହିତ ଯୋଗାଯୋଗରେ ଅଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.