ଭୁବନେଶ୍ୱର: ଅବପାତରେ ପରିଣତ ହେଲା ବଙ୍ଗୋପସାଗରେ ସୃଷ୍ଟ ସ୍ପଷ୍ଟ ଚିହ୍ନିଟ ଲଘୁଚାପ କ୍ଷେତ୍ର। ଗତକାଲିର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳରେ ଏକ ଅବପାତରେ ପରିଣତ ହୋଇଛିl ଏହା ପାରାଦୀପ ଠାରୁ ପୂର୍ବ-ଉତ୍ତରପୂର୍ବ ଦିଗରେ ୧୯୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।
ଏହା କ୍ରମଶଃ ଉତ୍ତର ଆଡ଼କୁ ଗତିକରିବା ସହ ଆହୁରି ଘନୀଭୂତ ହୋଇ ଏକ ଗଭୀରଅବପାତ ରୂପ ନେବ। ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳକୁ ସାଗର ଦୀପ ଏବଂ ବାଂଲାଦେଶର ଖେପୁପାରା ମଧ୍ୟରେ ଆଜି ମଧ୍ୟାହ୍ନ ସମୟରେ ଅତିକ୍ରମ କରିବା ସମ୍ଭାବନା ରହିଛିl
ସୃଷ୍ଟି ହେଲା #ଅବପାତ
— usd (@usd0705) May 29, 2025
ଘନୀଭୂତ ହୋଇ #ଗଭୀରଅବପାତ ରୂପ ନେବା ସମ୍ଭାବନ
ଗତ କାଲିର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳରେ ଏକ ଅବପାତ ରେ ପରିଣତ ହୋଇଛି l ଏହା ପାରାଦୀପ ଠାରୁ ପୂର୍ବ- ଉତ୍ତରପୂର୍ବ ଦିଗରେ 190କିମି ଦୂରରେ କେନ୍ଦ୍ରୀଭୂତ pic.twitter.com/KWskcVAfWf
ଏହାର ପ୍ରଭାବରେ ବୁଧବାର ଠାରୁ ଉପକୂଳବର୍ତ୍ତୀ ଜିଲ୍ଲା ବର୍ଷା ଲାଗି ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ୩ ଘଣ୍ଟା ପାଇଁ ୩ ଜିଲ୍ଲାକୁ ଆଲର୍ଟ କରିଛି ପାଣିବାଗ ବିଭାଗ।
Warnings over the State.
— Meteorological Centre, Bhubaneswar (@mcbbsr) May 29, 2025
Day-1 : Thunderstorm/Lightning, Gusty Surface Wind & Heavy to Very Heavy Rainfall warnings.
Day-2 : Thunderstorm/Lightning, Gusty Surface Wind & Heavy Rainfall warnings.
Day-3 : Thunderstorm/Lightning & Gusty Surface Wind warnings.#thunder #HeavyRainfall pic.twitter.com/w9wNSVSzcO