LIVE TV

ଓଭରଟେକ୍ କରି ପଳାଉଥିଲେ ଗଞ୍ଜେଇ ବେପାରୀ, ମାଡ଼ି ବସିଲା ପୋଲିସ

NEWS7
lover-suicide-in-nabarnagpur-kundei-police-station-area

ଭଦ୍ରକ ୮୧୧: ପୋଲିସ ଗାଡ଼ିକୁ ଓଭରଟେକ୍ କରିବା ପଡିଲା ମହଙ୍ଗା । ଧରା ପଡ଼ିଲେ ଦୁଇ ଗଞ୍ଜେଇ ବେପାରୀ । ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଚରମ୍ପା ରେଳ ଷ୍ଟେସନର ୧୧୯ ନମ୍ୱର ଫାଟକ ନିକଟରୁ ଜବତ ହୋଇଛି ଗଞ୍ଜେଇ । ଗୋଟିଏ ବାଇକ୍ ସମେତ ଦୁଇ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ଭଦ୍ରକ ଟାଉନ୍ ପୋଲିସ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସନ୍ଧ୍ୟା ସମୟରେ ଭଦ୍ରକ ସହରର ଡାହାଣୀ ଗଢିଆ ଅଞ୍ଚଳରେ ଟାଉନ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ପୋଲିସ ଭ୍ୟାନ୍‌କୁ ଓଭରଟେକ୍ କରିଥିଲେ ଦୁଇ ବାଇକ୍ ଆରୋହୀ । ବାଇକ୍ ଚାଳକଙ୍କ ନିକଟରେ ଥିବା ଏକ ବସ୍ତା ଓ ତାଙ୍କ ଗତିବିଧିକୁ ଦେଖି ସନ୍ଦେହ କରିଥିଲେ ପୋଲିସ । ଦୁଇ ବାଇକ୍ ଆରୋହୀଙ୍କୁ ପିଛାକରି ଚରମ୍ପା ରେଳବାଇ ୧୧୯ ନମ୍ବର ଗେଟ୍ ନିକଟରେ ମାଡି ବସିଥିଲେ । ତାଙ୍କ ନିକଟରେ ଥିବା ବସ୍ତାଟିକୁ ଯାଞ୍ଚ କରିଥିଲା ପୋଲିସ । ବସ୍ତାରେ ଗଞ୍ଜେଇ ଥିବାରୁ ଦୁଇ ଯୁବକଙ୍କୁ କାବୁ କରିଥିବା ବେଳେ ୬ କିଲୋ ୯ ଶହ ଗ୍ରାମ ଗଞ୍ଜେଇ ସମେତ ଗୋଟିଏ ବାଇକ୍‌କୁ ଜବତ କରିଛି ଟାଉନ୍ ପୋଲିସ । ଟାଉନ୍ ପୋଲିସ ଦ୍ବାରା ଗିରଫ ହୋଇଥିବା ଦୁଇ ଯୁବକ ହେଲେ ଭଦ୍ରକ ପୁରୁଣା ବଜାର ଅଞ୍ଚଳ ଏସ.କେ. କଲିମୁଦ୍ଦିନ୍ ଓ ଅଫସର୍ ଅନସାରୀ ବୋଲି ସୂଚନା ମିଳିଛି ।