ବାଲିଯାତ୍ରା ୨୦୨୫
LIVE TV

ଓଏମସି ପରିଚାଳନା ନିର୍ଦ୍ଦେଶକଙ୍କ ବଡ଼ବଲି ଅଞ୍ଚଳର ଖଣି ପରିଦର୍ଶନ ଓ ସମୀକ୍ଷା

NEWS7
love-sex-dhoka-girlfriend-arrested-by-police

ଭୁବନେଶ୍ୱର,୧୧/୧୧: ଓଡ଼ିଶା ଖଣି ନିଗମ ପରିଚାଳନା ନିର୍ଦେଶକ ସୁଧାଂଶୁ ମୋହନ ସାମଲ ବଡ଼ବଲି ଅଞ୍ଚଳରେ ନିଗମ ର ଲୁହା ଖଣିଗୁଡ଼ିକର ଦୁଇ ଦିନିଆ ସମୀକ୍ଷା ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ନିର୍ଦ୍ଦେଶକ (ମାନବ ସମ୍ବଳ) ଆଲୋକ କୁମାର ପାଲ, ନିର୍ଦ୍ଦେଶକ (ଅର୍ଥ) ବନ ବିହାରୀ ପାଣି ଏବଂ ମୁଖ୍ୟ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ପରିଦର୍ଶନରେ ଓଏମସି ର ଲୁହ ପଥର ଖଣି ଗୁଡ଼ିକରେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ପ୍ରଥମ ଦିନରେ, ଗୁଆଳି, ବାଂସପାଣି ଏବଂ ଜିଲିଙ୍ଗ-ଲାଙ୍ଗାଲୋଟା ଲୁହା ଖଣିରେ ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହା ପରେ ବଡ଼ବଲି ଅଂଚଳରେ ଓଏମସି ର ସମସ୍ତ ଖଣି ପରିଚାଳକ ମାନଙ୍କ ସହିତ ଆଲୋଚନା କରି ଚଳିତ ଆର୍ଥିକ ବର୍ଷ ରେ ଉତ୍ପାଦନ ବୃଦ୍ଧି ବଜାୟ ରଖି ଗତ ଆର୍ଥିକ ବର୍ଷ ତୁଳନାରେ ଲୁହା ଉତ୍ପାଦନରେ ଅଧିକ ଅଭିବୃଦ୍ଧି ସୁନିଶ୍ଚିତ କରି ନୂତନ ରେକର୍ଡ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକ ରେ ଗୁଆଳି, ବାଂସପାଣି, ଜିଲିଙ୍ଗ-ଲାଙ୍ଗାଲୋଟା, ଗନ୍ଧମାର୍ଦନ, ତିରିଂପାହାର, ରୋଇଡା ସି, ଉଞ୍ଚାବାଲି, ଖଣ୍ଡବନ୍ଧ ଏବଂ ଦୁବନା-ସେକରାଡିହି ସମେତ ବଡ଼ବିଲ ଅଞ୍ଚଳର ଖଣି ପରିଚାଳକମାନଙ୍କ ସହିତ ଆଲୋଚନା କରିଥିଲେ ।

ଦ୍ୱିତୀୟ ଦିନରେ, ପରିଚାଳନା ନିର୍ଦ୍ଦେଶକ ରୋଇଡା ସି, ତିରିଂପାହାଡ , ଖଣ୍ଡବନ୍ଧ, ଉଞ୍ଚାବଲି ଏବଂ ଡୁବୁନା-ସେକରାଡିହି ଖଣିରେ କାର୍ଯ୍ୟକ୍ଷମତା ସ୍ଥିତି ସମୀକ୍ଷା କରିଥିଲେ। ଉଚ୍ଚ ଉତ୍ପାଦନ ଲକ୍ଷ୍ୟ ହାସଲ କରିବା ସହ, ଚଳିତ ଆର୍ଥିକ ବର୍ଷର ବିକ୍ରୟ ଲକ୍ଷ୍ୟ ପୂରଣ କରିବା ପାଇଁ ନିର୍ଦେଶ ଦେଇଥିଲେ ।