News7 Logo

ବିବାହର ପ୍ରତିଶୃତି ଦେଇ ରଖିଲେ ଶାରିରୀକ ସମ୍ପର୍କ, ୨ ମାସ ଘରେ ରଖିବା ପରେ ଛାଡିଦେଲା ପ୍ରେମିକ !

NEWS7
Balasore

ରେମୁଣା ୯: ଲଭ, ସେକ୍ସ ଓ ଧୋକ୍କା । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅଞ୍ଚଳରେ ପୁଣି ଏଭଳି ଘଟଣା ସାମ୍ନାକୁ ଆସିଛି । ଚାରି ମାସ ଭଲପାଇବା ପରେ ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିଲେ ପ୍ରେମିକ । ଏପରିକି ନାବାଳିକାକୁ ପ୍ରେମିକ ନିଜ ଘରେ ଆଣି ରଖିଲେ । ଦୁଇ ମାସ ରଖିବା ପରେ ଘରୁ ତଡିଦେଲେ। ଏନେଇ ନାବାଳିକା ଓ ତାଙ୍କ ପରିବାର ଗତ ୨୨ ଅଗଷ୍ଟରେ ଖନ୍ତାପଡା ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁଯାୟୀ ବିରୁଆଁ ପଞ୍ଚାୟତ ଶାହାଜି ପାଟଣା ଗ୍ରାମର ଜଣେ ଯୁବକ ନାବାଳିକାଙ୍କୁ ଭଲ ପାଉଥିଲେ । ନାବାଳିକାଙ୍କ ଅନିଚ୍ଛା ସତ୍ତ୍ବେ ଶାରିରୀକ ସମ୍ପର୍କ ରଖିଥିଲେ । ବିବାହ କରିବା ପ୍ରତିଶୃତି ମଧ୍ୟ ଦେଇଥିଲେ । ନିଜ ଘରେ ନେଇ ଦୁଇ ମାସ ରଖିଥିଲେ । ହେଲେ ପରେ ତାଙ୍କୁ ଘରୁ ବାହାର କରିଦେଲେ । ଖନ୍ତାପଡା ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏନେଇ ବାଲେଶ୍ବର ଏସ୍‌ପିଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି ନାବାଳିକା ଓ ତାଙ୍କ ବାପା-ମା’ । ନ୍ୟାୟ ଦାବି କରିଛନ୍ତି । ଅନ୍ୟପଟେ ଏହି ଘଟଣାରେ ଏସ୍‌ପିଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।‌