ନୂଆଦିଲ୍ଲୀ : ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପୁଣି ଥରେ ଭଗବାନ ରାମଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଭଗବାନ ରାମ ,ଶିବ ଓ ଋଷି ବିଶ୍ୱାମିତ୍ରଙ୍କ ଭଳି ଦେବତାଙ୍କ ସୃଷ୍ଟି ନେପାଳରୁ ହୋଇଥିଲା। କାଠମାଣ୍ଡୁରେ ସିପିଏନ-ୟୁଏମଏଲର ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ବିଭାଗ ଦ୍ୱାରା ଆୟୋଜିତ ଏକ ପାର୍ଟି କାର୍ଯ୍ୟକ୍ରମରେ ନିଜର ବିବୃତ୍ତିରେ ଓଲି ପୁଣି ଥରେ ସେହି କଥା ଦୋହରାଇଛନ୍ତି ଯେ, ରାମଙ୍କ ଜନ୍ମ ସେହି ସ୍ଥାନରେ ହୋଇଥିଲା,ଯାହା ଏବେ ନେପାଳର ମାଟିରେ ଅଛି। ହେଲେ କେପି ଶର୍ମା ଓଲି ପ୍ରଥମ ଥର ଏମିତି ବୟାନବାଜି କରି ନାହାନ୍ତି , ବରଂ ପୂର୍ବରୁ ମଧ୍ୟ ସେ ଏହି କଥା କହି ସାରିଛନ୍ତି। ଆସନ୍ତୁ ଜାଣିବା ,କେପି ଶର୍ମା ଓଲି କେଉଁ ଆଧାରରେ ଶ୍ରୀରାମଙ୍କ ନେପାଳୀ ହେବାର ଦାବି କରୁଛନ୍ତି।
ପିଏମ୍ ଓଲିଙ୍କ କହିବାନୁସାରେ, ଶ୍ରୀରାମଙ୍କର ଜନ୍ମ ନେପାଳର ଅଯୋଧ୍ୟାରେ ହୋଇଥିଲା। ଏବେ ଜାଣିବା ଯେ,ଓଲି କାହାକୁ ନେପାଳର ଅଯୋଧ୍ୟା କହୁଛନ୍ତି। ବାସ୍ତବିକ୍ କଥା ଏହା ଯେ, ନେପାଳରେ ଅଯୋଧ୍ୟା କୌଣସି ସ୍ଥାନର ନାଁ ନୁହେଁ , ଓଲି ଯାହାକୁ ରାମଙ୍କ ଜନ୍ମଭୂମି କହୁଛନ୍ତି, ତାହା ଏକ ଋଷି ବାଲ୍ମୀକିଙ୍କ ଆଶ୍ରମ, ଯାହାକି ନେପାଳର ତରାଇ ଅଞ୍ଚଳର ପରସା ଜିଲ୍ଲାର ଠୋରି ଗାଁରେ ରହିଛି। ଏହା ଭାରତର ବିହାର ସଂଲଗ୍ନ ଏକ ଅଞ୍ଚଳ। ଏଠାରେ ଜନକପୁର ମଧ୍ୟ ନିକଟରେ ହିଁ ରହିଛି , ଯାହା କି ସୀତାଙ୍କ ଜନ୍ମସ୍ଥଳୀ କୁହାଯାଏ। ନେପାଳରେ ତିଚବନର ମାଡିରେ ଆଉ ଏକ ଆଶ୍ରମ ଅଛି , ଯାହାକୁ ଋଷି ବାଲ୍ମୀକି ଆଶ୍ରମ ନାମରେ ଜଣାଶୁଣା, ସେ ହିଁ ରାମାୟଣର ରଚନା କରିଥିଲେ। ୨୦୨୦ ମସିହାରେ ଯେତେବେଳେ କେପି ଓଲି ଏହି ଦାବି କରିଥିଲେ , ଏହି ସମୟରେ ନେପାଳର ଏକ ପୋର୍ଟାଲ ରିପବ୍ଲିକା ତେ ନାଗରିକ ନେଟୱର୍କ ଏକ ନକ୍ସାର ଫଟୋ ଦେଖି ଓଲିଙ୍କ ଦାବିକୁ ପରଖିବାକୁ ଚେଷ୍ଟା କରିଥିଲେ।
ଏହି ଫଟୋରେ ପ୍ରାଚୀନ ଭାରତର କାଶୀ , ମଗଧ, ପାଞ୍ଚାଳ ମଧ୍ୟରେ ଅଯୋଧ୍ୟା ନାମକ ସ୍ଥାନକୁ ନେପାଳର ସୀମା ନିକଟରେ ଦର୍ଶାଯାଇଛି। ଏହି ମଧ୍ୟରେ ସରଜୁ ନଦୀର ପ୍ରବାହ ରହିଛି ଏବଂ ପାଖାପାଖି ସେହି ସ୍ଥାନରେ ଏହି ସମୟରେ ୟୁପିର ଅଯୋଧ୍ୟାର ଲୋକେସନ ଅଛି। ଓଲି ଯେଉଁ ହିସାବରେ ଦାବି କରୁଛନ୍ତି ,ଏଥିରେ ଅଯୋଧ୍ୟାକୁ ବିହାର ବର୍ଡର ପାଖରେ ହେବା ଉଚିତ୍। ତାଙ୍କର କହିବା ହେଲା କି ଶ୍ରୀରାମଙ୍କର ଜନ୍ମ ନେପାଳର ବିରଗଞ୍ଜ ନିକଟସ୍ଥ ଗାଁରେ ହୋଇଥିଲା, ଯାହା ଏହି ସମୟରେ ଭାରତ ଓ ନେପାଳ ବର୍ଡରରେ ଅଛି। ସେ ଏହା ମଧ୍ୟ କହୁଛନ୍ତି ଯେ, ପ୍ରକୃତ ଅଯୋଧ୍ୟା ନେପାଳରେ ଅଛି। ଏହି ସ୍ଥିତିରେ ଏବେ ବି ଭାରତ ଓ ପୂରା ଦୁନିଆର ଐତିହାସିକ ଏହିକଥାକୁ ବିଶ୍ୱାସ କରନ୍ତି ନାହିଁ ଯେ, ଭଗବାନ ରାମଙ୍କ ଜନ୍ମ ନେପାଳରେ ହୋଇଥିଲା।
ଶ୍ରୀରାମଙ୍କର ନେପାଳ ସହ ସମ୍ୱନ୍ଧ –
ଭଗବାନ ରାମ ଓ ନେପାଳର ବିଶେଷ ସମ୍ୱନ୍ଧ ରହିଛି। ବିଶେଷକରି ନେପାଳର ଜନକପୁର ସହରକୁ ନେଇ। ଜନକପୁର ଯାହାକୁ ଜାନକୀ ନଗର ମଧ୍ୟ କୁହାଯାଏ, ଏହାକୁ ମାତା ସୀତାଙ୍କ ଜନ୍ମସ୍ଥାନ ଭାବେ ମନେକରାଯାଏ। ମାତା ସୀତା ପ୍ରଭୁ ଶ୍ରୀରାମଙ୍କର ପତ୍ନୀ ଥିଲେ,ଏହି କ୍ରମରେ ନେପାଳ ଶ୍ରୀରାମଙ୍କ ଶ୍ୱଶୁର ଘର କୁହାଯାଏ। ଜନକପୁରରେ ସୀତାଙ୍କୁ ସମର୍ପିତ ଏକ ପ୍ରସିଦ୍ଧ ମନ୍ଦିର ମଧ୍ୟ ଅଛି, ଯାହାକୁ ଜାନକୀ ମନ୍ଦିର ମଧ୍ୟ କହନ୍ତି। ଏହା ଭକ୍ତଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ।