LIVE TV

ବଲିଉଡ୍‌କୁ ପୁଣି ଧକ୍କା: ପଙ୍କଜ ଓ ଅଶରାନୀଙ୍କ ପରେ ଏବେ ସତୀଶ ଶାହଙ୍କ ପରଲୋକ

NEWS7
loot-case-in-nilagiri-block-podasuli-village

ମୁମ୍ବାଇ: ୨୦୨୫ ବର୍ଷ ଶେଷ ହେବାକୁ ଯାଉଥିବା ବେଳେ ଭାରତୀୟ କଳା ଜଗତରେ ଗୋଟିଏ ପରେ ଗୋଟିଏ ତାରକା ବିଦାୟ ନେଉଛନ୍ତି। ନିକଟରେ ବଲିଉଡ୍‌ ଅଭିନେତା ପଙ୍କଜ ଧୀର ଓ ଅଶରାନୀଙ୍କ ବିୟୋଗ ହୋଇଥିବା ବେଳେ ଶନିବାର ଆଉ ଜଣେ ଭେଟେରାନ ଶତୀଶ ଶାହଙ୍କ ପରଲୋକ ହୋଇଛି। ଅକ୍ଟୋବର ୨୫(ଶନିବାର) ଅପରାହ୍ନ ୨.୩୦ ସମୟରେ ମୁମ୍ବାଇ ହିନ୍ଦୁଜା ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ସତୀଶ ଶାହଙ୍କ ବିୟୋଗ ହୋଇଥିବା ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି।   

ଏହି ୭୪ ବର୍ଷୀୟ ଅଭିନେତା କିଡନୀ ସମ୍ବନ୍ଧୀୟ ରୋଗ ଯୋଗୁ କିଛିଦିନ ହେବ ଅସୁସ୍ଥ ହୋଇପଡିଥିଲେ। ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ନିକଟରେ ତାଙ୍କର ଏକ କିଡନୀ ପ୍ରତିରୋପଣ ମଧ୍ୟ ହୋଇଥିଲା। 'ସାରାଭାଇ ବନାମ ସାରାଭାଇ', 'ଜାନେ ଭି ଦୋ ୟାରୋ' ଏବଂ 'ମୈଁ ହୁଁ ନା' ଭଳି ଅନେକ ଫିଲ୍ମରେ ଅଭିନୟ କରି ସେ ସାରା ଦେଶରେ ଲୋକପ୍ରିୟତା ସାଉଁଟି ଥିଲେ।