ଦହିସଡ଼ା ଗାଁରେ ବଡ଼ଧରଣର ଲୁଟ୍, ଘରେ ପଶି ନେଇଗଲେ ପୁଳା ପୁଳା ସୁନା-ରୂପା

Published By : Prameya-News7 Bureau | August 04, 2025 IST

ସୋର ୦୪।୦୮ : ବାଲେଶ୍ୱର ଜିଲ୍ଲା ସୋର ଦହିସଡ଼ା ଗାଁରେ ବଡ଼ଧରଣର ଲୁଟ୍‌ । ଘରେ ପଶି ହାତ ଗୋଡ଼ ବାନ୍ଧି ୧ କିଲୋ ସୁନା ଗହଣା ସହ ୨ କିଲୋ ରୂପା ଗହଣା ଲୁଟି ନେଲେ ଲୁଟେରା । ପରିବାର ଲୋକଙ୍କ ଅଭିଯୋଗ ପରେ ସୋର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । 

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତି ପ୍ରାୟ ୨ଟାରୁ ୩ଟା ସମୟରେ ୫ ଡକାୟତ ଦହିସଡ଼ା ଗାଁର ଜ୍ଞାନେନ୍ଦ୍ର ଉପାଧ୍ୟାୟଙ୍କ ଘରେ ପଶିଥିଲେ । ପ୍ରଥମେ ପରିବାର ଲୋକଙ୍କୁ ଭୁଜାଲି ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ । ପରେ ପରିବାର ସଦସ୍ୟଙ୍କ ହାତ-ଗୋଡ଼ ବାନ୍ଧି ଦେଇଥିଲେ । ଏହାପରେ ଘରେ ଥିବା ୧ କିଲୋ ସୁନା ଗହଣା, ୨ କିଲୋ ରୂପା ଗହଣା ଲୁଟି ନେଇଛନ୍ତି । ପ୍ରାୟ ୪୦ ମିନିଟ ଧରି ଲୁଟପାଟ କରିଥିଲେ ଲୁଟେରା । ସେପଟେ ଲୁଟ୍‌ ସଂପର୍କରେ ଖବର ସୋର ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ।ଡକାୟତଙ୍କ ମଧ୍ୟରେ ଦୁଇ ଜଣ ଅଣଓଡ଼ିଆ ଥିବା ସୂଚନା ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.