ନୀଳଗିରି: ଗତକାଲି ବିଳମ୍ବିତ ରାତିରେ ନୀଳଗିରି ଥାନା ଅଧିନ ଗୋଡ଼ିଶୁଳ ଛକ ତାରିଣୀ ମନ୍ଦିରରୁ ଲୁଟ୍ ହୋଇଛି । ମାଆଙ୍କ ଠାରେ ଲାଗିହୋଇଥିବା ଅଳଙ୍କାର, ଦାନ ହୁଣ୍ଡି ଆଦି ଚୋରୀ ହୋଇଥିବା ଜଣାପଡିଛି। ପୋଲିସ ଏଫଆଇଆର ରୁଜୁ କରି ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ ଆଜି ସକାଳେ ସ୍ଥାନୀୟ ଲୋକେ ତାରିଣୀ ମନ୍ଦିରରୁ ଲୁଟ୍ ହୋଇଥିବା ଖବର ଜାଣିବାକୁ ପାଇଥିଲେ। ଏଥିରେ ମାଆଙ୍କ ଠାରେ ଲାଗିହୋଇଥିବା ଅଳଙ୍କାର, ଦାନ ହୁଣ୍ଡି ଆଦି ଚୋରି ହୋଇଥିବା ଜଣାପଡିଛି। ତେବେ ମନ୍ଦିରରୁ ଚୋରି ହୋଇଥିବା ଦାନବାକ୍ସଟି ଭାଲୁକାଶୁଣି ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ନୀଳଗିରି ଅଞ୍ଚଳରେ କିଛି ଦିନ ବ୍ୟବଧାନରେ ଦିନକୁ ଦିନ ବିଭିନ୍ନ ମନ୍ଦିର ଗୁଡ଼ିକୁ ଟାର୍ଗେଟ କରି ଲୁଟ୍ କରୁଛନ୍ତି ଲୁଟେରା ଯାହା ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ତେବେ ଘଟଣାର ଅଧିକ ତଦନ୍ତ କରୁଛି ନୀଳଗିରି ପୋଲିସ।
Also read: ଥାନାରେ ଯୁବକଙ୍କ ହାତ-ଗୋଡ଼ ବାନ୍ଧି ନିର୍ଯାତନା, ସାଂସଦଙ୍କ ହସ୍ତକ୍ଷେପ ପରେ ଛାଡିଲେ ଥାନା ଅଧିକାରୀ
ସୂଚନା ଥାଉକି କିଛି ମାସ ପୂର୍ବରୁ ନୀଳଗିରି ଥାନା ଅଧିନ ପୋଡ଼ାଶୁଳ ଛକ ଠାରେ ମା ଶ୍ୟାମାକାଳୀ ମନ୍ଦିର, ଚତର ଗ୍ରାମର ଥିବା ଶନି ମନ୍ଦିରରୁ ଠିକ୍ ସମାନ ଢଙ୍ଗରେ ଅଳଙ୍କାର ସମେତ ଦାନ ହୁଣ୍ଡି ଲୁଟି ନେଇଥିଲେ ଦୁବୃର୍ତ୍ତ।ସେହିପରି ଟାଙ୍ଗଣା ଗ୍ରାମର ବିଶ୍ୱନାଥ ବୁଗୁଡାଈଙ୍କ ଘରେ ଗତକାଲି ମଧ୍ୟରାତ୍ରରେ ଦୁର୍ବୁତ୍ତ ମାନେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ କରିନେଇଥିବା ଜଣାପଡିଛି।