ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ପଲିଥିନ ଜରି ଭିତରେ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଲେ ସ୍ଥାନୀୟ ଲୋକେ

Published By : Prameya-News7 Bureau | April 16, 2024 IST

କଟକ: ବାଦାମବାଡ଼ି ଥାନା ଅନ୍ତର୍ଗତ ଶକ୍ତିନଗର ଅଞ୍ଚଳରୁ ମୃତ ନବଜାତ ଶିଶୁ ଉଦ୍ଧାର। ସାହି ମଧ୍ୟରେ ଥିବା ରାସ୍ତା ଉପରେ ରାତି ପାଖାପାଖି ୯ ଟା ସମୟରେ ଏକ କଳା ପଲିଥିନ ଜରି ମଧ୍ୟରେ ମୃତ ନବଜାତ ଶିଶୁଟି ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ।

ଏହାପରେ ସ୍ଥାନୀୟ ଲୋକେ ବାଦାମବାଡ଼ି ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶିଶୁଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲ କୁ ପଠାଇଛନ୍ତି। ତେବେ ମୃତ ଶିଶୁଟି କାହାର ଓ କେଉଁ ପରିସ୍ଥିତିରେ ସେଠାର ପଡ଼ିଥିଲା କିମ୍ବା କେହି ପକାଇଛି ? ତାହା ସ୍ପଷ୍ଟ ହୋଇ ପାରିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପଟେ କଳା ପଲିଥିନ ମଧ୍ୟରେ ନବଜାତର ମୃତଦେହ ଥିବାରୁ ଶିଶୁପୁତ୍ର କିମ୍ବା ଶିଶୁ କନ୍ୟା ତାହା ଜଣା ପଡିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.