LIVE TV

ମନ ମୋହୁଛି ବଲାଙ୍ଗିର ସାଗରପଡ଼ାର ପୂଜା ମଣ୍ଡପ, ତୋରଣରେ ନିର୍ମାଣ ହୋଇଛି ପ୍ରାଚୀନ ସଭ୍ୟତାର ଛବି

NEWS7
lizards-falling-on-you-can-reveal-the-future

ବଲାଙ୍ଗିର: ବଲାଙ୍ଗୀର ସହରରେ ଚାଲିଛି ଜଗତଜନନୀ ମା’ ଦୁର୍ଗାଙ୍କ ମହାନବମୀ ପୂଜା। ସହରର ପ୍ରାୟ ୨୦ରୁ ଅଧିକ ମଣ୍ଡପରେ ମା’ଙ୍କ ପୂଜା ଚାଲିଥିବାବେଳେ ପ୍ରତ୍ୟେକଟି ମଣ୍ଡପରେ ଦେଖିବାକୁ ମିଳିଛି ଭିନ୍ନ ତୋରଣ ସହ ମା’ଙ୍କ ମୂର୍ତ୍ତି।

ସାଗର ପଡ଼ା ମଣ୍ଡପରେ ହୋଇଛି ସ୍ୱସ୍ତିକ ତୋରଣ ତା’ ସହ ତୋରଣରେ ନିର୍ମାଣ ହୋଇଛି ପ୍ରାଚୀନ ସଭ୍ୟତାର ସମସ୍ତ ଛବି ଚିତ୍ର। ଯାହାକି ଲୋକଙ୍କୁ ବେଶ ଆକର୍ଷଣ କରୁଛି। ମହାଦେବଙ୍କ ତ୍ରିଶୂଳରେ ଗେଟ ସହ ସବୁଠି ମହାଦେବଙ୍କ ଭୈରବ ରୂପର ଛବି ସହ ୧୦୮ ଲିଙ୍ଗ ମଧ୍ୟ ତୋରଣରେ ରହିଛି। ଯାହାକୁ ଦେଖିବାକୁ ଭକ୍ତ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।