Shubman Gill ଭାରତର ୩୭ତମ ଟେଷ୍ଟ କ୍ୟାପ୍ଟେନ, ଜାଣନ୍ତୁ ଲାଲ୍ ବଲ୍ ଫର୍ମାଟରେ ଭାରତର ନେତୃତ୍ୱ ନେଇଥିବା ଖେଳାଳିଙ୍କ ନାଁ

Published By : Prameya-News7 Bureau | May 24, 2025 IST

ନୂଆଦିଲ୍ଲୀ: ବିସିସିଆଇ ଶନିବାର ଶୁଭମନ ଗିଲଙ୍କୁ ଭାରତୀୟ ଟେଷ୍ଟ କ୍ରିକେଟର ନୂଆ ମଙ୍ଗୁଆଳ କରିଛି । ୨୫ ବର୍ଷୀୟ ଶୁଭମନ ଗିଲ୍ ଭାରତୀୟ ଟେଷ୍ଟ ଟିମର କ୍ୟାପ୍ଟେନ ହେବାରେ ୩୭ତମ ଖେଳାଳି ହୋଇଛନ୍ତି । ଆଗାମୀ ଇଂଲଣ୍ଡ ଗସ୍ତରେ ଶୁଭମନ୍ ଗିଲ୍ ପ୍ରଥମ ଥର ପାଇଁ ଭାରତୀୟ ଟିମର ନେତୃତ୍ୱ ନେବେ । ଉଲ୍ଲେଖଯୋଗ୍ୟ ଯେ ମେ ୭ରେ ରୋହିତ୍ ଶର୍ମା ଟେଷ୍ଟ ଫର୍ମାଟୁ ସନ୍ନ୍ୟାସ ଘୋଷଣା କରିଥିଲେ । ୩୮ ବର୍ଷୀୟ ରୋହିତ୍ ଶର୍ମା ଟେଷ୍ଟରୁ ଅବସର ନେବା ପରେ ପରବର୍ତ୍ତୀ କ୍ୟାପ୍ଟେନ କିଏ ହେବ ତାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । ଶେଷର ଶୁଭମନ ଗିଲ୍ ଏହି ବାଜି ମାରି ନେଇଛନ୍ତି ।

ତେବେ ନଜର ପକାନ୍ତୁ ଭାରତୀୟ ଟିମର ସେହି ୩୬ ଖେଳାଳିଙ୍କ ଉପରେ, ଯେଉଁମାନେ ଟେଷ୍ଟରେ ଟିମ୍ ଇଣ୍ଡିଆର ନେଇଛନ୍ତି ନେତୃତ୍ୱ ।

ଉଲ୍ଲେଖଯୋଗ୍ୟ ଯେ ଟେଷ୍ଟ କ୍ରିକେଟରେ ସିକେ ନାଇଡୁ ଭାରତର ପ୍ରଥମ ଅଧିନାୟକ ଥିଲେ । ସେ ଚାରୋଟି ମ୍ୟାଚରେ ଅଧିନାୟକ ହୋଇଥିଲେ । କିନ୍ତୁ ଗୋଟିଏ ବି ଜିତିବାରେ ସଫଳ ହୋଇନଥିଲେ । ଲାଲା ଅମରନାଥ ଟେଷ୍ଟ ମ୍ୟାଚ୍ ଜିତିବାରେ ପ୍ରଥମ ଭାରତୀୟ କ୍ୟାପ୍ଟେନ ହୋଇଥିଲେ । ତାଙ୍କ ନେତୃତ୍ୱରେ ଭାରତ ପାକିସ୍ତାନକୁ ଦିଲ୍ଲୀ(୧୯୫୨ ଅକ୍ଟୋବର ୧୬-୧୮)ରେ ଗୋଟିଏ ଇନିଂସ ଓ ୭୦ ରନରେ ପରାସ୍ତ କରିଥିଲା । ବିରାଟ କୋହଲି (୬୮) ସବୁଠୁ ଅଧିକ ଟେଷ୍ଟ ମ୍ୟାଚ୍ ଜିତିଥିବା ଭାରତୀୟ ଅଧିନାୟକ । ତାଙ୍କ ନେତୃତ୍ୱରେ ଭାରତ ରେକର୍ଡ ୪୦ ଟେଷ୍ଟ ଜିତିଛି ।   


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.