LIVE TV

ରାଜନୀତିରୁ ସନ୍ନ୍ୟାସ ନେବା ସହ ପରିବାର ସହିତ ସମ୍ପର୍କ ଛିନ୍ନ କଲେ ଲାଲୁ ଯାଦବଙ୍କ ଝିଅ ରୋହିଣୀ

NEWS7
lingaraj-mishra-puri-deputy-commandant

ପାଟନା:ବିହାର ବିଧାନସଭା ନିର୍ବାଚନ ହାରିବା ପରେ ଲାଲୁ ଯାଦବଙ୍କ ପରିବାରରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ଲାଲୁଙ୍କ ଯାଦଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ରାଜନୀତିରୁସନ୍ନ୍ୟାସନେଇଛନ୍ତି। ଏଥିସହିତ ସେ ତାଙ୍କ ପରିବାର ସହିତମଧ୍ୟ ସମସ୍ତପ୍ରକାର ସମ୍ପର୍କ ଛିନ୍ନ କରିଛନ୍ତି। ଏନେଇ ରୋହିଣୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ସବୁଠାରୁ ବଡ଼ କଥା ହେଲା ସେ ତାଙ୍କ ସ୍ୱାମୀ ରମିଜ ଆଲମଓ ଆରଜେଡି ବିଦ୍ରୋହୀ ନେତା ସଞ୍ଜୟ ଯାଦବ ପରାମର୍ଶରେ ଏହି ପଦକ୍ଷେପ ନେଇଛନ୍ତି ବୋଲି ଏକ୍ସରେ ଲେଖିଛନ୍ତି। ତେବେ ସବୁ ଦୋଷ ମୁଁ ମୋ ନେଉଛି ବୋଲି ରୋହିଣୀ ଏକ୍ସରେ ଲେଖିଛନ୍ତି।

ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତିମୁଁ ରାଜନୀତି ଛାଡ଼ି ଦେଉଛି,ଏବଂ ମୁଁ ମୋ ପରିବାର ସହ ସମ୍ପର୍କ ଛିନ୍ନ କରୁଛି । ଏହା ହିଁ ସଞ୍ଜୟ ଯାଦବ ଏବଂ ରମିଜ ମୋତେ କରିବାକୁ କହିଥିଲେ।ଏବଂ ମୁଁ ସମସ୍ତ ଦୋଷ ନେଉଛି।

ପେଶାରେ ଡାକ୍ତର ଥିବା ରୋହିଣୀ ଆଚାର୍ଯ୍ୟ ଲାଲୁ ଯାଦବଙ୍କ ନେତୃତ୍ୱାଧୀନ ଆରଜେଡିର ପୂର୍ବତନ ସଦସ୍ୟ। ସେ ବିହାରର ସାରଣ ଆସନରୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ି ବିଜେପିର ରାଜୀବ ପ୍ରତାପ ରୁଡିଙ୍କଠାରୁ ବହୁ ଭୋଟରେ ପରାସ୍ତ ହୋଇଥିଲେ।

ଚଳିତ ବର୍ଷ ମେ ମାସରେ ଲାଲୁ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ଦଳରୁ ବିଦା କରିଥିଲେ। କେବଳ ସେତିକି ନୁହେଁ, ସେ ବିଶୃଙ୍ଖଳିତ ଆଚରଣ କରୁଛନ୍ତି, ଯାହା ପରିବାର ଆଦର୍ଶନ ଠାରୁ ଭିନ୍ନ ବୋଲି ଦର୍ଶାଇଥିଲେ। ଏଥିପାଇଁ ସେ ତାଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରିବା ସହିତ ପାରିବାରିକ ସମ୍ପର୍କ ଛିନ୍ନ କରିଥିଲେ। ଏବେ ଝିଅ ରୋହିଣୀ ପରିବାର ସହିତ ସମ୍ପର୍କ ଛିନ୍ନ କରିବା ଖବର ପରିବାରିକ କଳହକୁ ପଦାରେ ପକାଇଛି।