କାଳବୈଶାଖୀ ପ୍ରଭାବ, ବଜ୍ରାଘାତରେ ଫାଟିଲା ଶିବ ଲିଙ୍ଗ ଓ ଜଗନ୍ନାଥଙ୍କ ଦଧିନଉତୀ

Published By : Prameya-News7 Bureau | June 10, 2025 IST

ଭଦ୍ରକ ୧୦।୦୬ : କାଳବୈଶାଖୀର କାଳପ୍ରଭାବ । ବଜ୍ରାଘାତରେ ଫାଟିଲା ଶିବ ଲିଙ୍ଗ ଓ ଜଗନ୍ନାଥଙ୍କ ଦଧିନଉତୀ । ଭଦ୍ରକ ଜିଲ୍ଲା ହରିପୁର ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ଯାହାପରେ ପୁରା ଗାଁରେ ଆଲୋଡ଼ନା ସୃଷ୍ଟି ହୋଇଯାଇଛି । 

ଖବର ଅନୁଯାୟୀ, ସୋମବାର ଦିନ ଭଦ୍ରକ ଜିଲ୍ଲା କାଳବୈଶାଖୀର କାଳ ପ୍ରଭାବ ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରାଘାତ ହୋଇଥିଲା । ଯାହାଫଳରେ କି ହରିପୁର ସ୍ଥିତ ଜଗନ୍ନାଥ ମନ୍ଦିରର ଦଧିନଉତିର କିଛି ଅଂଶ ଫାଟିଥିବା ବେଳେ ପାଖରେ ଶିବ ମନ୍ଦିରରେ ଶିବ ଲିଙ୍ଗର ଗର୍ଭ ଫାଟିଥିବାର ଦେଖିବାକୁ ମିଳିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ସୂଚନା ଦେଇଥିବା ବେଳେ ବର୍ଷା ଯୋଗୁଁ ଏହା ହୋଇଛି ବୋଲି ଏହାର କୌଣସି ସଠିକ୍‌ ସୂଚନା ମିଳିନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.