ନୂଆଦିଲ୍ଲୀ ୧୫/୦୪: ବାରମ୍ୱାର ପିଲା ଚୋରି ମାମଲକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ । ନବଜାତ ଶିଶୁ ଚୋରି ସୁପ୍ରିମକୋର୍ଟ କଡ୍ଡା ଭର୍ତ୍ସନା କରିଛନ୍ତି । ସେ କହିଛନ୍ତି ଯେ ଯଦି କୌଣସି ହସ୍ପିଟାଲରୁ ଶିଶୁ ଚୋରି ହୁଏ । ତେବେ ସର୍ବପ୍ରଥମେ ସେହି ହସ୍ପିଟାଲର ଲାଇସେନ୍ସକୁ ରଦ୍ଦ କରାଯିବା ଉଚିତ ।
ଦିଲ୍ଲୀ-ଏନସିଆରରେ ନବଜାତ ଶିଶୁ ଚୋରା ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ ଘଟଣାର ବିଚାର କରି କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି । ସୁପ୍ରିମକୋର୍ଟ ୟୁପିରୁ ପିଲା ଚାଲାଣ ମାମଲାରେ ତାଙ୍କ ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀରେ ଧରାପଡ଼ିଥିବା ଗ୍ୟାଙ୍ଗ ଘଟଣାର ଉଲ୍ଲେଖ କରିଥିଲେ। କୋର୍ଟ କହିଛନ୍ତି ଯେ ଦିଲ୍ଲୀ ଗ୍ୟାଙ୍ଗର ପର୍ଦ୍ଦାଫାଶ ବଡ ଆଶ୍ଚର୍ଯ୍ୟଜନକ । ଏଥିପାଇଁ କୋର୍ଟର ହସ୍ତକ୍ଷେପ ଆବଶ୍ୟକ।
କୋର୍ଟ ଦିଲ୍ଲୀ ପୋଲିସଠାରୁ ଘଟଣା ସଂପର୍କରେ ଷ୍ଟାଟସ ରିପୋର୍ଟ ବି ମାଗିଛନ୍ତି। ଦିଲ୍ଲୀ ଭିତରେ ଏବଂ ବାହାରେ ସକ୍ରିୟ ଥିବା ଏପରି ପିଲା ଚୋରି ଗ୍ୟାଙ୍ଗଙ୍କୁ ସାବାଡ କରିବାକୁ ପୋଲିସକୁ କଣ ପଦକ୍ଷେପ ନେଉଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।
ଏହାସହ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୧ ହେବ ବୋଲି କୋର୍ଟ ସ୍ୱତଃସ୍ପୃତ୍ତ ଭାବେ କହିଛନ୍ତି । ବିଚାରପତି ଜେବି ପାରଡିୱାଲା ଏବଂ ଆର ମହାଦେବନଙ୍କ ଖଣ୍ଡପୀଠ ହସ୍ପିଟାଲରୁ ଶିଶୁ ଚୋରିରେ ସମ୍ପୃକ୍ତ ଏକ ଗ୍ୟାଙ୍ଗ ସହିତ ଜଡିତ ଏକ ମାମଲାରେ ଜାମିନ ଆବେଦନର ଶୁଣାଣି କରିଥିଲେ। ସୁପ୍ରିମକୋର୍ଟ ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ କହିଥିଲେ ।