କୋଚ୍ଚିଠାରୁ ୩୮ ମାଇଲ ଦୂରରେ ବୁଡୁଛି ଲାଇବେରିଆ ଜାହାଜ, ନାବିକଙ୍କ ଉଦ୍ଧାର ନିମନ୍ତେ ଅଭିଯାନ ଜାରି

Published By : Prameya-News7 Bureau | May 24, 2025 IST

କୋଚ୍ଚି ୨୪।୫: ଏକ ଲାଇବେରିଆ ପତାକା ଥିବା ଜାହାଜ ଶନିବାର ଅଚାନକ ବୁଡୁ ଥିବାର ଖବର ଆସିଛି। ସୂଚନା ମିଳିବା ମାତ୍ରେ ଇଣ୍ଡିଆନ କଷ୍ଟ ଗାର୍ଡ (ଆଇସିଜି)  ଉଦ୍ଧାର ଅଭିଯାନ ଆରମ୍ଭ କରିଛି। ଏମଏସସି ଇଏଲଏସଏ-୩ କଣ୍ଟୈନର ଜାହାଜଟି ଭିଜିନଜାମ ପୋର୍ଟ ଛାଡିବାର କିଛି ସମୟ ପରେ ଓ କୋଚ୍ଚି ଉପକୂଳରୁ ୩୮ ମାଇଲ ଦୂରରେ ଅଣେଇ ହେଉଥିବାର ସୂଚନା ଦେବା ସହ ତତ୍କାଳ ସହାୟତା ନିବେଦନ କରିଥିଲା। ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଆଇସିଜି ଉଦ୍ଧାର କାର୍ଯ୍ୟରେ ସମନ୍ୱୟ କରୁଛି। 

ଲାଇବେରିଆ ଜାହାଜରେ ମୋଟ ୨୪ ଜଣ ଚାଳକ ଦଳ ସଦସ୍ୟ ଅଛନ୍ତି। ତେବେ ଜାହାଜ ଅଣେଇବା ହେବା ଯୋଗୁ ୯ ଜଣ ଜାହାଜ ଛାଡି ଜୀବନ ରକ୍ଷକ ନୌକାରେ ଆଶ୍ରୟ ନେଇଛନ୍ତି। ଅନ୍ୟ ୧୫ ଜଣଙ୍କ ଲାଗି ଉଦ୍ଧାର ଅଭିଯାନ ଚଳା ଯାଇଛି। ଆଇସିଜି ବିମାନ ପରବର୍ତ୍ତି ଏଗଜିଟ୍ ସୁବିଧା ନିମନ୍ତେ ଜାହାଜ ନିକଟରେ ଅତିରିକ୍ତ ଜୀବନ ରକ୍ଷକ ନୌକା  ଖସାଇଛି।  

ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ତଟ ରକ୍ଷକ ବଳ ସମନ୍ୱୟରେ ଡିଜି ସିପିଂ ଜାହାଜ ଲାଗି ତତ୍କାଳ ଉଦ୍ଧାର ସେବା ପ୍ରଦାନ ନିମନ୍ତେ ଜାହାଜର ପ୍ରବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଭାରତୀୟ ତଟ ରକ୍ଷକ ବଳ କହିଛି ଯେ ଦୁର୍ଘଟଣାରେ ଧନଜୀବନ ହାନୀ ଓ ପରିବେଶକୁ ହେବାକୁ ଥିବା ହାନୀରୁ ରକ୍ଷା କରିବା ପାଇଁ ତଟରକ୍ଷକ ବଳ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖା ଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.