ନୂଆଦିଲ୍ଲୀ: ତାମିଲନାଡୁର କରୁରରେ ଅଭିନେତା ଥାଲାପତି ବିଜୟଙ୍କ ରାଲି ସମୟରେ ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଛି। ୬୦ରୁ ଅଧିକ ଲୋକ ଏବେ ବି ହସ୍ପିଟାଲରେ ଭର୍ତ୍ତି ଅଛନ୍ତିସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର। ଚଳିତ ବର୍ଷ ରାଜ୍ୟର ସବୁଠାରୁ ବଡ଼ ରାଜନୈତିକ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି। ଏହାରି ଭିତରେ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଏକ ନୂତନ ବିବାଦ ଦେଖାଦେଇଛି। ବିଜୟଙ୍କ ଦଳ ଟିଭିକେ ଅଭିଯୋଗ କରିଛନ୍ତି ଯେ ବିଜୟ ପହଞ୍ଚିବା ସମୟରେ ଶନିବାର ସନ୍ଧ୍ୟା ରୁ ୭:୩୦ ମଧ୍ୟରେ ପ୍ରାୟ ଅଧ ଘଣ୍ଟା ପାଇଁ ବିଦ୍ୟୁତ୍ ବନ୍ଦ ହୋଇଯାଇଥିଲାଯାହା ଫଳରେ ଗଣ୍ଡଗୋଳ ଏବଂ ଦଳାଚକଟା ହୋଇଥିଲା।

କିନ୍ତୁ ଏହି ଦାବିକୁ ଖଣ୍ଡନ କରିଛନ୍ତି ରାଜ୍ୟ ସରକାର କରୁର ଜିଲ୍ଲାପାଳ ଏବଂ ADGPଙ୍କ ବୟାନକୁ ଉଦ୍ଧୃତ କରି ତାମିଲନାଡୁର ତଦନ୍ତକାରୀ ଟିମ୍‌ କହିଛନ୍ତି, "କାର୍ଯ୍ୟକ୍ରମ ସମୟରେ କୌଣସି ବିଦ୍ୟୁତ୍ କାଟ୍ ହୋଇନଥିଲା। ଯଦିଓ TVK ଇଲେକ୍ଟ୍ରି ସପ୍ଲାଇ ବନ୍ଦ କରିବାକୁ ଅନୁରୋଧ କରିଥିଲା, କିନ୍ତୁ ତାହା କରାଯାଇ ନଥିଲା।" ଦଳ ଦ୍ୱାରା ଲଗାଯାଇଥିବା ଜେନେରେଟରରେ ସମସ୍ୟା ଯୋଗୁଁ ଲାଇଟ୍‌ କଟିଯାଇଥିଲା।

ସରକାର କହିଛନ୍ତି ଯେ ବିପଜ୍ଜନକ ଅଞ୍ଚଳରୁ ଭିଡ଼ ହଟାଇବା ପାଇଁ କିଛି ସମୟ ପାଇଁ ବିଦ୍ୟୁତ୍ କାଟ କରାଯାଇଥିଲା, କିନ୍ତୁ ବିଜୟଙ୍କ ପହଞ୍ଚିବା ପରେ କୌଣସି ବିଭ୍ରାଟ ହୋଇନଥିଲା। ଦୁର୍ଘଟଣା ପରେ ରାଜନୈତିକ ଅଭିଯୋଗ ଏବଂ ପ୍ରତିଆରୋପ ମଧ୍ୟ ତୀବ୍ର ହୋଇଛି। ଟିଭିକେ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କହି ସିବିଆଇ ତଦନ୍ତ ଦାବି କରିଛି।

ଡିଏମକେ ସରକାରଙ୍କୁ ଗମ୍ଭୀର ଅବହେଳାର ଅଭିଯୋଗ କରିଛି ବିଜେପି। ଇତିମଧ୍ୟରେ ବିଜୟଙ୍କ ନିକଟତମ ସହଯୋଗୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି ଦଳ ଏକ ନିରପେକ୍ଷ ତଦନ୍ତ ପାଇଁ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛି। ତାମିଲନାଡୁ ସରକାର ଘଟଣାର ତଦନ୍ତ ପାଇଁ ଏକ ନ୍ୟାୟିକ କମିଶନ ଗଠନ କରିଛନ୍ତି, ଯାହା ପୀଡିତଙ୍କ ପରିବାର ସହିତ କଥାବାର୍ତ୍ତା କରିବା ଏବଂ ହସ୍ପିଟାଲ ପରିଦର୍ଶନ କରିବା ଆରମ୍ଭ କରିଛନ୍ତି