LIVE TV

ଇଡେନ ଟେଷ୍ଟର ପ୍ରଥମ ଦିନରେ ବୁମରାଙ୍କ ରାଜୁତି, ପ୍ରତିଟି ରନ ପାଇଁ ସଂଘର୍ଷ କରୁଛନ୍ତି ବ୍ୟାଟର

NEWS7
let-us-know-what-will-happen-to-the-refunds-given-to-investors-now

କୋଲକାତା: କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି। ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ୍ ହୋଇଛି। ଦଳର ଜଣେ ହେଲେ ବ୍ୟାଟର ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ଜବାବରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ଗୋଟିଏ ଓ୍ଵିକେଟ୍ ହରାଇ ୩୭ ରନ କରିଛି। କେଏଲ ରାହୁଲ ୧୩ ରନ ଓ ଓ୍ଵାଶିଂଟନ ସୁନ୍ଦର ୬ ରନ କରି କ୍ରିଜରେ ଅଛନ୍ତି। ଭାରତ ୧୨୨ ରନ ପଛରେ ରହିଛି। ପ୍ରଥମ ଦିନର ଖେଳରେ ଚମକିଛନ୍ତି ତାରକା ବୋଲର ଯଶପ୍ରୀତ ବୁମରା। ସେ ମାତ୍ର ୨୭ ରନ ଦେଇ ୫ଟି ଓ୍ଵିକେଟ୍ ନେଇଛନ୍ତି। ତେବେ ପ୍ରଥମ ଦିନରେ ରନ ପାଇଁ ବ୍ୟାଟରଙ୍କୁ ସଂଘର୍ଷ କରିବାକୁ ପଡ଼ିଛି।