ରାଜ୍ୟରେ ପରୀକ୍ଷା ପରିଚାଳନାରେ ତ୍ରୁଟିକୁ ନେଇ ବିଜେପିକୁ ଲେନିନ୍‌ଙ୍କ ଟାର୍ଗେଟ, ମୁଖ୍ୟମନ୍ତ୍ରୀଙ୍କୁ ମାଗିଲେ ଉତ୍ତର

Published By : Prameya-News7 Bureau | April 28, 2025 IST

ଭୁବନେଶ୍ବର: ବିଗତ ଦିନରେ ରାଜ୍ୟରେ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଦେଖିବାକୁ ମିଳିଥିବା ଅନିୟମିତତାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଏହି କ୍ରମରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି। ବିଗତ ୬ ମାସରେ ୧୨ଟି ବଡ଼ ପରୀକ୍ଷାରେ ସ୍କାମ୍ ହୋଇଛି। ଏ ସରକାରର ମନ୍ତ୍ର ଡବଲ ଇଞ୍ଜିନ୍।  ମାନେ ଡବଲ ସଜା। ଓପିଏସସସି, ଓଏସଏସସି ପରୀକ୍ଷାରେ ତ୍ରୁଟି କେମିତି ହେଲା ? ଓପିଏସସି ଆନ୍ଥୋପୋଲୋଜୀରେ ପେପର ୧ ପାଇଁ ପେପର ୨ର ପ୍ରଶ୍ନ କେମିତି ଆସିଲା ?

ପରୀକ୍ଷା ଦୁଇ ଥର କରିବାକୁ ପିଲାଏ ଦାବି କଲେଣି। ଏସଡିଆଇପିଆରଓ, ଓଜେଏସ, ଆରଆଇ, ଅମୀନ, ମାଟ୍ରିକ୍ ବିଜ୍ଞାନ ପରୀକ୍ଷାରେ ତ୍ରୁଟି ଦେଖାଦେଲା। ପରୀକ୍ଷାରେ କେମିତି ଜାଲିଆତି ହେବ ସେନେଇ ଏ ସରକାର ଇଣ୍ଡଷ୍ଟ୍ରି କରିବାକୁ ଯାଉଛନ୍ତି। ପରୀକ୍ଷା ପରିଚାଳନାରେ ତ୍ରୁଟି ରହିଛି । ମଧୁବାବୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନିଜେ ଉତ୍ତର ରଖନ୍ତୁ ବୋଲି କହିଛନ୍ତି ଲେନିନ୍ ମହାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.