ଗୋରଖପୁର : ଉତ୍ତର ପ୍ରଦେଶର ଗୋରଖପୁରରେ କ୍ୟାଣ୍ଟ ପୁଲିସ୍ ବାଇକ୍ ଚୋରି ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରିଛି। ଏହି ଚୋର ମାନେ ନିଜର ସଉକ ଓ ଆବଶ୍ୟକତା ପୂରଣ କରିବା ପାଇଁ କ୍ରାଇମ୍ର ରାସ୍ତା ବାଛି ଥିଲେ। ପୁଲିସର କହିବାନୁସାରେ, ଅଭିଯୁକ୍ତ ୟୁଟ୍ୟୁବ୍ରୁ ଚୋରି କୌଶଳ ଶିଖି ବାଇକ୍ ଚୋରି କରିବା ଆରମ୍ଭ କରିଥିଲେ। ଅଭିଯୁକ୍ତମାନେ ଭଡ଼ା ଘରେ ରହି ଗୋରଖପୁର ସହରରେ ବାଇକ୍ ଚୋରି କରିଥିଲେ। ଏହାପରେ ଏସବୁକୁ ନେପାଳକୁ ନେଇ ବିକ୍ରି କରୁଥିଲେ।
ସୂଚନା ଅନୁସାରେ ,ଗିରଫ ଦୁଇ ଅଭିଯୁକ୍ତ ସିଦ୍ଧାର୍ଥନଗର ଓ ଗୋରଖପୁରରେ ରହୁଥିଲେ। ପୁଲିସ ଯେତେବେଳେ ଦୁହିଁଙ୍କୁ ପଚରାପଚରି କଲା, ତ ସେମାନେ କହି ଥିଲେ ଯେ,ସେ ୟୁଟ୍ୟୁବରୁ ଶିଖି ଥିଲେ , କେମିତି ବାଇକ୍ର ତାଲା ଭଙ୍ଗା ଯାଏ ଏବଂ ବିନା ଚାବିରେ କେମିତି ଇଞ୍ଜିନ ଷ୍ଟାର୍ଟ କରାଯାଏ।
ପୁଲିସ ଅଭିଯୁକ୍ତଙ୍କ ନିକଟରୁ ୧୧ଟି ଚୋରି ବାଇକ୍ ଜବତ କରିଛି , ଯେଉଁଥିରେ ଚାରୋଟି ଅପାଚି, ତିନୋଟି ପଲସର, ତିନୋଟି ବୁଲେଟ୍ ଓ ଗୋଟିଏ ଟିଭିଏସ୍ ବାଇକ୍ ରହିଛି। ପଚରାପଚରି ବେଳେ ଏହି ଅଭିଯୁକ୍ତ ମାନେ ନିକଟରେ ସହରରେ ଚୋରି ହୋଇଥିବା ୫ଟି ବଡ଼ ବାଇକ ଚୋରି ଘଟଣା ଘଟାଇ ଥିବା ସ୍ୱୀକାର କରିଥିଲେ।
ଅଭିଯୁକ୍ତ ମାନେ ଗତ ୬ ଜୁଲାଇରେ ସହରରେ ବ୍ୟାଙ୍କ ଅଫ୍ ବରୋଦା ନିକଟରୁ ,୧୬ ଜୁଲାଇରେ ପିଭିଆର ମଲ୍ର ବେସମେଣ୍ଟରୁ , ୨୦ ଜୁଲାଇରେ ବିଶାଲ ମେଘା ମାର୍ଟରୁ , ୩୦ ଜୁଲାଇରେ ଗଣେଶ ହୋଟେଲରୁ , ଗୋଲଘର ପାଖରୁ ଏବଂ ୩୧ ଜୁଲାଇରେ ସେଣ୍ଟ ଏଣ୍ଡ୍ରୟୁଜ ଡିଗ୍ରୀ କଲେଜ୍ ପାଖରୁ ବାଇକ୍ ଚୋରି କରିଛନ୍ତି। ପୁଲିସର ଏହି କାର୍ଯ୍ୟାନୁଷ୍ଠାନରେ ବାଇକ୍ ଚୋରିର ଅନେକ ଲିଙ୍କ୍ର ଖୁଲାସା ହୋଇଛି। ଏହି ଗ୍ୟାଙ୍ଗ୍ ଆଉ କିଏ କିଏ ସଂପୃକ୍ତି ଅଛନ୍ତି , ପୁଲିସ ଏବେ ଏହି ଦିଗରୁ ଯାଞ୍ଚ ଆରମ୍ଭ କରିଛି।