ପାକିସ୍ତାନକୁ ଧମକ ଦେଲା ଲରେନ୍ସ ଗ୍ୟାଙ୍ଗ୍, କହିଲା-ଜଣଙ୍କୁ ମାରିବୁ…

Published By : Prameya-News7 Bureau | May 01, 2025 IST

ନୂଆଦିଲ୍ଲୀ ୦୧।୦୫ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପହଲଗାମ୍‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପ୍ରତିଶୋଧ ନେବ ବୋଲି ପାକିସ୍ତାନକୁ ଧମକ ଦେଇଛି । ଲରେନ୍ସ ଗ୍ରୁପ୍‌ ପକ୍ଷରୁ ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏଥିରେ ପାକିସ୍ତାନୀ ଆତଙ୍କୀ ହାଫିଜ୍‌ ସଇଦ୍‌ର ଫଟୋ ଉପରେ ଛକି ଚିହ୍ନ ମରାଯାଇଛି । 

ଲରେନ୍ସ ଗ୍ୟାଙ୍ଗ ଲେଖିଛି, ‘ତୁମେ ଆମ ନିର୍ଦ୍ଦୋଷ ଲୋକଙ୍କୁ ମାରିଛ, ଆମେ ପାକିସ୍ତାନରେ ପଶି ଏପରି ବ୍ୟକ୍ତିଙ୍କୁ ମାରିବୁ ଯାହାର ମୂଲ୍ୟ ଏକ ଲକ୍ଷଙ୍କ ସହ ବରାବର ହେବ । ଖୁବ୍‌ଶୀଘ୍ର ଏହି ପ୍ରତିଶୋଧ ନିଆଯିବ । ଇଟାର ଜବାବ ପଥରରେ ମିଳିବ ।’ ପ୍ରକାଶଥାଉ କି, ଲସ୍କର-ଏ-ତଇବାର ଛାୟା ଶାଖା ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍‌ଏଫ୍‌) ପହଲଗାମ୍‌ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ।

ହାଫିଜ୍‌ ସଇଦ୍‌ ହେଉଛି ଲସ୍କର-ଇତଇବାର ମୁଖ୍ୟ । ଲରେନ୍ସ ବିରୋଧରେ ପ୍ରାୟ ୮୪ ମାମଲା ରହିଛି । ପ୍ରାୟ ୯ ବର୍ଷ ହେଲା ସେ ଜେଲ୍‌ରେ ଅଛି । ଏବେ ସେ ଗୁଜରାଟର ସାବରମତୀ ଜେଲରେ ବନ୍ଦୀ ଅଛି । ଜେଲ୍‌ରେ ଥିବା ସତ୍ତେ୍ୱ ଦେଶରେ ଏକାଧିକ ହତ୍ୟାକାଣ୍ଡରେ ଲରେନ୍ସର ନାଁ ସାମ୍‌ନାକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.