ଛାତ୍ରୀ ମୃତ୍ୟୁକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଦୋଷୀକୁ ମିଳିବ କଠୋର ଦଣ୍ଡ

Published By : Prameya-News7 Bureau | July 16, 2025 IST

ଭୁବନେଶ୍ୱର ୧୬/୦୭: ବାଲେଶ୍ଵର ଛାତ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । କଠୋରରୁ କଠୋର ଦଣ୍ଡ ଦିଆଯିବ । ନିଲମ୍ବନ ପ୍ରକ୍ରିୟା କରାଯାଇଛି । ଏହି ଘଟଣାରେ ଯିଏ ବି ସଂପୃକ୍ତ ଅଛନ୍ତି ସେମାନଙ୍କୁ କଠୋର କଠୋରରୁ ଦଣ୍ଡ ଦେବାକୁ ପ୍ରକିୟା ଆରମ୍ଭ ହୋଇଛି । ଘଟଣା ଯେମିତି ଘଟିଛି ଆଉ ଯେମିତି ଭବିଷ୍ୟତରେ ନ ହେବ ସେଥିପାଇଁ ସମସ୍ତ ପ୍ରକ୍ରିୟା ହୋଇଛି ।  


ସୂଚନା ଥାଉକି, ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଆକ୍ରୋଶ ଲାଗି ରହିଛି । ଘଟଣାର ନିରପେକ୍ଷ ନ୍ୟାୟିକ ତଦନ୍ତ ହେବା ଜରୁରୀ ବୋଲି ଦାବି ହୋଇଛି । ଏପଟେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିଜଆଡ଼ୁ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ଆଜି ଏକ ୪ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି ଓ ଉକ୍ତ ଟିମକୁ ସପ୍ତାହକ ମଧ୍ୟରେ ସରଜମିନ୍ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.