LIVE TV

ତ୍ରିଶୂଳ ସହ ସେନା ପ୍ରସ୍ତୁତ କରୁଛି ‘ଜୟ ’ଫର୍ମୂଲା , ଏହି ସ୍ୱତନ୍ତ୍ର ସେନା ଅଭ୍ୟାସର କଣ ଉଦ୍ଦେଶ୍ୟ

NEWS7
law-minister-prithviraj-harichandan-reacts-to-operation-sindoor


ନୂଆଦିଲ୍ଲୀ : ଭାରତୀୟ ସେନାର ଦକ୍ଷିଣୀ କମାଣ୍ଡ ଏକ ସ୍ୱତନ୍ତ୍ର ସାମରିକ ଅଭ୍ୟାସରେ ଲାଗି ରହିଛି। ଏହି ସେନା ଅଭ୍ୟାସର ନାଁ ତ୍ରିଶୂଳ ଦିଆଯାଇଛି। ଏହାର ଉଦ୍ଦେଶ୍ୟ ତିନି ସେନା ମଧ୍ୟରେ ପାରସ୍ପରିକ ସମନ୍ୱୟକୁ ବୃଦ୍ଧି କରାଇବା। ଏହି ସେନା ଅଭ୍ୟାସର ନାଁ ଦିଆ ଯାଇଛି ଜୟ। ଏହାର ଅର୍ଥ ଜଏଣ୍ଟନେସ୍‌ ଅର୍ଥାତ୍‌ ସଂଯୁକ୍ତତା, ଆତ୍ମନିର୍ଭରତା ଓ ଇନୋଭେସନ ଅର୍ଥାତ୍‌ ନବାଚାର। ଅଧିକାରୀଙ୍କ ମୁତାବିକ ଏହି ଭାରତୀୟ ସଶସ୍ତ୍ର ବାହିନୀର ପ୍ରଯୁକ୍ତିବିଦ୍ୟା – ସକ୍ଷମତା ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ବାହିନୀର ନିର୍ମାଣର ପ୍ରତିବଦ୍ଧତାର ସ୍ପଷ୍ଟ କରିଥାଏ।

ତ୍ରିଶୂଳ ଅଭ୍ୟାସ ମିଶନ ଦେଖାଏ ଯେ, ସଶସ୍ତ୍ର ବାହିନୀର ବହୁ କ୍ଷେତ୍ରୀୟ କ୍ଷମତା ବଢୁଛି। ଏହାସହ ପ୍ରତିରକ୍ଷାରେ ଆତ୍ମନିର୍ଭରତା ଉପରେ ଧ୍ୟାନ କେନ୍ଦ୍ରିତ ଅଛି। ଏହି ଅଭ୍ୟାସର ଉଦ୍ଦେଶ୍ୟ ଅନେକ କ୍ଷେତ୍ରରେ ସେଣ୍ଟ୍ରାଲାଇଜ୍‌ ବ୍ୟବସ୍ଥାକୁ ଦୃଢ କରିବା। ଏଥିରେ ଇଲେକ୍ଟ୍ରନିକ୍‌ ଯୁଦ୍ଧ, ସାଇବର , ଡ୍ରୋନ୍‌ ଓ କାଉଣ୍ଟର-ଡ୍ରୋନ୍‌ ସଞ୍ଚାଳନ, ଗୁପ୍ତଚର, ନିରୀକ୍ଷଣ ଓ ପରିଚୟ ସହ ବାୟୁ ପ୍ରତିରକ୍ଷା ନିୟନ୍ତ୍ରଣ ଓ ରିପୋର୍ଟିଂ ସାମିଲ ଅଛି। ଏହି ଅଭ୍ୟାସ ସ୍ଥଳ , ସାମୁଦ୍ରିକ ଓ ବାୟୁର ମାଧ୍ୟମରେ ନିବିଘ୍ନ ସମନ୍ୱିତ ସହଯୋଗ ମାଧ୍ୟମରେ ଫିଜିକାଲ ଓ ଆଭାସି କ୍ଷେତ୍ରରେ ସମାନ ରୂପେ ପ୍ରସ୍ତୁତ କରିବା।

ଡ୍ରୋନ୍‌ ଓ ମାନବରହିତ  ସିଷ୍ଟମ ଗୁଡ଼ିକୁ ଏହି ସମାବେଶ ଭାରତର ଯୁଦ୍ଧ ନୀତିକୁ ନେଟୱର୍କ-କେନ୍ଦ୍ରିତ ଓ ଅଟୋନୋମସ ଯୁଦ୍ଧ ଦିଗରେ ଆଗକୁ ବଢାଉଛି। ଏଠାରେ ସୂଚନା, ଗତି ଓ ସଠିକତା ନିର୍ଣ୍ଣାୟକ ଭୂମିକା ବହନ କରେ। ଭବିଷ୍ୟତର ଯୁଦ୍ଧର ପ୍ରସ୍ତୁତି, ଅଭ୍ୟାସ ତ୍ରିଶୂଳରେ ସାମ୍ପ୍ରତିକ ସଂଘର୍ଷ ଓ ଅଭିଯାନ , ବିଶେଷକରି ଅପରେସନ ସିନ୍ଦୂରରୁ ମିଳିଥିବା ଅନୁଭବକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଭବିଷ୍ୟତର ଯୁଦ୍ଧପାଇଁ ପ୍ରସ୍ତୁତି କରିବା। ଏହି ସବୁ ଯୁଦ୍ଧରେ ଡ୍ରୋନ୍‌, ସାଇବର ଉପକରଣ ଓ ମହାକାଶ ସମ୍ୱଳ ପାରମ୍ପରିକ ସେନା ସହ ମିଶି କାମ କରିବା।