LIVE TV

ବର୍ଷାରେ କଳାହାଣ୍ଡି ବେହାଲ, ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି, ବୁଡ଼ିଲା ଦୋକାନ, ହୋଟେଲ ଓ ଘର

NEWS7
lata-demand-sons-right-from-his-father-daitari-panda

କଳାହାଣ୍ଡି ୦୩/୧୦: ଲଘୁଚାପ ଜନିତ ଅବପାତ ବର୍ଷାରେ କଳାହାଣ୍ଡି ବେହାଲ । ପବନ, ଘଡଘଡି ବିଜୁଳି ସହିତ ପ୍ରବଳ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ । ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି । ଏମିତିକି ପାଣି, ଘର ଭିତରେ, ହୋଟେଲ, ଦୋକାନ ଭିତରେ ପଶିଛି । ଆଣ୍ଠୁଏ ଉଚ୍ଚର ପାଣି ପଶିଥିବା ଦେଖିବାକୁ ମିଳିଛି ।

ମାଟି ଧୋଇଯିବା ଯୋଗୁଁ ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ସ୍ଥିତି ସଂଗୀନ ହୋଇଛି । ବଞ୍ଜାରୀ ଘାଟି ନିକଟରେ ଗଛ ବିଦ୍ୟୁତ ତାର ଉପରେ ପଡି ଯିବା ଯୋଗୁଁ ଲାଇନ ଖମ୍ବା ଏବଂ ଗଛ ପଡି ରାସ୍ତା ଅବରୋଧ ହୋଇଛି । ରାସ୍ତାର ଦୁଇ ପାର୍ଶ୍ୱରେ ଗାଡି ଅଟକି ଥିବା ସୂଚନା ମିଳିଛି । ଏହା ସହିତ କେସିଙ୍ଗା ବ୍ଲକ ପେଷ୍ଟିକୁଡ଼ିରେ ଦେବ ତାଣ୍ଡିଙ୍କ ଘର ଭାଙ୍ଗିବା ଫଳରେ ଘରେ ଥିବା ବୋହୁ ଏବଂ ନାତୁଣୀ ଗୁରୁତର ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜୁନାଗଡ଼ ସହରରେ ବିଭିନ୍ନ ୱାର୍ଡରେ ଘରେ ଘରେ ପାଣି ପଶିଥିବା ସୂଚନା ରହିଛି ।