ବାଲିଯାତ୍ରା ୨୦୨୫
LIVE TV

କ୍ୟାମେରା ଆଢ଼ୁଆଳରେ ଗୁଣ୍ଡାଗର୍ଦ୍ଦି ! ମୋବାଇଲ୍ ଚୋରି ଅଭିଯୋଗରେ ନାବାଳକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ

NEWS7
lata-chowk-innagurated-at-ayodhya-by-cm-yogi-aditya-nath

ଚାନ୍ଦବାଲି ୯୧୧: ମୋବାଇଲ୍ ଚୋରି ଘଟଣାରେ ନାବାଳକଙ୍କୁ ମାଡ଼ । କ୍ୟାମେରା ଆଢ଼ୁଆଳରେ ପୀରାହାଟ ପୋଲିସର ନିର୍ଦ୍ଧୁମ ମାଡ଼ । ଏ ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧୀନରେ ପୋଲିସର ଅମାନୁଷିକ କାଣ୍ଡ । ମୋବାଇଲ ଚୋରି ଅଭିଯୋଗରେ ୧୪ ବର୍ଷର ନାବାଳକକୁ କ୍ୟାମେରା ଆଢୁଆଳରେ ନିର୍ଦ୍ଧୁମ ମାଡ ଅଭିଯୋଗ । ମାଡ ପରେ ନାବାଳକକୁ ଛାଡ଼ି ଦେଇଥିଲେ । ଏହି ମାଡ ଘଟଣାରେ ନାବାଳକ ଭଦ୍ରକ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାପଡିଛି । ଏମିତି ଘଟଣା ଦେଖିବାକୁ ମିଳିଛି ପୀରାହାଟ ଥାନା ଅଧିନସ୍ଥ ନରେନ୍ଦ୍ରପୁର ପଞ୍ଚାୟତ ମାଝୀ ସାହି ଗ୍ରାମରେ ।

ସୂଚନା ଅନୁଯାୟୀ, ନରେନ୍ଦ୍ରପୁର ମାଝୀ ସାହି ଗ୍ରାମରେ ଶରତ ମାଝୀଙ୍କ ୧୪ ବର୍ଷର ନାବାଳକ ପୁଅ ଦୀପ୍ତିକାନ୍ତ ମାଝୀ ଏକ ମୋବାଇଲ ଚୋରି ଅଭିଯୋଗରେ ନିଜ ବାପାଙ୍କ ସହିତ ଥାନାକୁ ଯାଇଥିଲେ । ପୋଲିସ ଘଟଣାକୁ ପରଖିବା ବଦଳରେ ଥାନା ପଛକୁ ନେଇ କ୍ୟାମେରା ଆଢୁଆଳରେ ଗୁଣ୍ଡାଭଳି ମାଡ ମାରିଥିବା ଅଭିଯୋଗ ହୋଇଛି । ମାଡ ମାରିବା ପରେ କାହାରିକୁ ନ କହିବାକୁ କହି ୨୦୦ ଟଙ୍କା ନେଇ ବିରିୟାନି ଖାଇବାକୁ ନାବାଳକ କହିଥିଲେ । ପୀରହାଟ ଥାନାରେ ଏମିତି ଘଟଣାକୁ ନେଇ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି । ତେବେ ଏହି ଘଟଣାରେ ପୀରାହାଟ ଥାନା ଅଧିକାରିଣୀ ଏହାକୁ ଖଣ୍ଡନ କରିଛନ୍ତି । ଏହା ଏକ ମିଥ୍ୟା ଅଭିଯୋଗ କରିଛନ୍ତି । ଯଦି ସତ୍ୟତା ଅଛି ପୋଲିସକୁ ପ୍ରମାଣ ଦେବାକୁ ପ୍ରକାଶ କରିଛନ୍ତି ।