ବିମାନରେ ଟେକ୍‌ଅପ୍‌ ବେଳେ ଲ୍ୟାଣ୍ଡିଂ ଗିୟରରେ ଲାଗିଲା ନିଆଁ , ଅଳ୍ପକେ ବର୍ତ୍ତିଲେ ୧୭୯ ଯାତ୍ରୀ

Published By : Prameya-News7 Bureau | July 27, 2025 IST

ନୂଆଦିଲ୍ଲୀ ୨୭।୦୭; ଆମେରିକାର ଡେନଭର ଆନ୍ତର୍ଜାତିକ ବିମାନବନ୍ଦରରେ ଅଘଟଣ । ଶନିବାର ଆମେରିକାନ ଏୟାରଲାଇନ୍ସର ବୋଇଙ୍ଗ 737 ମାକ୍ସ 8 ବିମାନରେ ନିଆଁ ଲାଗି ଯାଇଥିଲା। ଟେକ ଅଫ ବେଳେ ରନ ୱେରେ ଲ୍ୟାଣ୍ଡିଂ ଗିୟର ଫେଲ ହେବାରୁ ବିମାନରେ ନିଆଁ ଲାଗିଥିଲା। ଏହା ପରେ ବିମାନ ଟେକ ଅଫ ବାତିଲ କରିଥିଲା। ସମସ୍ତ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ହେଲେ ଜଣେ ଆହତ ହୋଇଛନ୍ତି। 

ମିଆମିକୁ ଯାଉଥିବା ଫ୍ଲାଇଟ 3023 ନାମକ ଏହି ବିମାନରେ ୧୭୩ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ। ଶନିବାର ଅପରାହ୍ନରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ଯାହାଫଳରେ ବାମ ପାର୍ଶ୍ବ ଚକା ପାଖରେ ନିଆଁ ଲାଗି ଯାଇଥିଲା। ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ବିମାନଟି ଟେକଅଫ ସମୟରେ ଲ୍ୟାଣ୍ଡିଂ ଗିୟରରେ ସମ୍ଭାବ୍ୟ ତ୍ରୁଟି ରିପୋର୍ଟ କରିଥିଲା ଏବଂ ଟେକଅଫ ବାତିଲ କରିବାକୁ ବାଧ୍ୟ ହେଲା। 

ଯାତ୍ରୀମାନଙ୍କୁ ରନୱେ ଉପରେ ଇନଫ୍ଲାଟେବଲ ଇମରଜେନ୍ସି ସ୍ଲାଇଡ ବ୍ୟବହାର କରି ଉଦ୍ଧାର କରାଯାଇଥିଲା। କୌଣସି କ୍ଷୟକ୍ଷତି ହୋଇନଥିଲା ଡେନବର ଏୟାରପୋର୍ଟ ପକ୍ଷରୁ କୁହାଯାଇଛି । ଏନେଇ FAA ଏହି ଘଟଣାର ତଦନ୍ତ କରୁଛି । ଏହି ଘଟଣା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଡେନଭର ଫାୟାର ଡିପାର୍ଟମେଣ୍ଟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.