କମିବ ଶୀତ, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିପାରେ

NEWS7
lahore-hc-fines-2-lakh-rupees-for-saying-covid-fake

ଭୁବନେଶ୍ୱର ୨୮।୦୧ :  ଶୀତ କମିବ । ଆସନ୍ତା ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଭୁବନେଶ୍ୱରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସକାଳୁ ଘନ କୁହୁଡ଼ି ରହିବା ସହ କାକର ପଡ଼ିବ । ଦିନର ତାପମାତ୍ରା ୩୨ ଡିଗ୍ରୀ ଓ ରାତିରେ ୧୫ ଡିଗ୍ରୀ ରହିବ । ପାଣିପାଗ ବିଭାଗ ଏହି ଆକଳନ କରିଛି ।

ସେହିପରି ବୁଧବାର ଭଦ୍ରକ, ଜଗତ୍‌ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ନୟାଗଡ଼, ଅନଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ସକାଳୁଆ କୁହୁଡ଼ି ଦେଖିବାକୁ ମିଳିପାରେ । ସେହିପରି ଗୁରୁବାର କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ, ପୁରୀ, ଗଜପତି, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରେ ସକାଳେ କୁହୁଡ଼ି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଦାରିଙ୍ଗବାଡ଼ି, ଫୁଲବାଣୀରେ ରାତିର ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି । ନୂଆପଡ଼ାରେ ୧୧ ଡିଗ୍ରୀ, ରାୟଗଡ଼ାରେ ୧୨, ଝାରସୁଗୁଡ଼ାରେ ୧୨.୧, ରାଉରକେଲାରେ ୧୨.୪, ଅନଗୁଳ ୧୨.୬, ଭବାନୀପାଟଣାରେ ୧୨.୯ ଡିଗ୍ରୀ ରହିଥିଲା । ଦିନରେ ସର୍ବାଧିକ ୩୨ ଡିଗ୍ରୀ ଝାରସୁଗୁଡ଼ାରେ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରେ ୩୧.୭, ଅନୁଗୁଳରେ ୩୧.୧, ନୂଆପଡ଼ା, ଖୋର୍ଦ୍ଧା ଓ ଜଗତ୍‌ସିଂହପୁରରେ ୩୧ ଡିଗ୍ରୀ ରେକର୍ଡ କରାଯାଇଛି ।