ବ୍ରହ୍ମପୁର ୧୬/୦୪: ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମରେ ଅଘଟଣ । ସେଣ୍ଟ୍ରିଂ ଖୋଲିବା ସମୟରେ ଖସିପଡିଲା ଛାତ । ଶ୍ରମିକଙ୍କ ଉପରେ ସେଣ୍ଟ୍ରିଂ ଖସିବାରୁ ଶ୍ରମିକଙ୍କ ଜୀବନ ଯାଇଛି । ମୃତ ଶ୍ରମିକ ହେଉଛନ୍ତି ୫୫ ବର୍ଷୀୟ ଦେବରାଜ ଜାନି ।
ଏହାସହ ଚାରିଜଣ ଗୁରୁତରଙ୍କୁ ୧୦୮ସହାୟତାରେ MKCG ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ମାନେ ହେଉଛନ୍ତି କାମଳଲୋଚନ ବେହେରା, ଭରତ ବେହେରା,ସୁକାନ୍ତ ବେହେରା ଓ ନାରସୀଗା ବେହେରା । ସେପଟେ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି ।