ଜଗତସିଂହପୁର ୨୬।୬: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କିରାଣୀ ସୂର୍ଯ୍ୟକାନ୍ତ ସ୍ବାଇଁ । ଜଣେ ଶିକ୍ଷକଙ୍କୁ ଗୃହ ଋଣ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଟଙ୍କା ସହିତ କିରାଣୀଙ୍କୁ ରେଡ଼ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ କଟକ ଡିଭିଜନର ସ୍ୱତନ୍ତ୍ର ଟିମ୍ ।
ସୂଚନାଯୋଗ୍ୟ ଯେ, ୯ ଲକ୍ଷ ଟଙ୍କାର ପ୍ରଥମ କିସ୍ତି ଗୃହ ଋଣ କରାଇବା ପାଇଁ ୫ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ ସୂର୍ଯ୍ୟକାନ୍ତ । ଏହାକୁ ନେଇ ଶିକ୍ଷକ ଜଣଙ୍କ ଭିଜିଲାନ୍ସକୁ ଜଣାଇଥିଲେ । ଗୁରୁବାର କଟକ ଏବଂ ଜଗତସିଂହପୁର ଭିଜିଲାନ୍ସ ଟିମ୍ ପୂର୍ବ ପ୍ରସ୍ତୁତି ମୁତାବକ ଶିକ୍ଷକ ଜଣଙ୍କ କିରାଣୀଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ସମୟରେ ସୂର୍ଯ୍ୟକାନ୍ତଙ୍କୁ ଧରିଥିଲେ । ସୂର୍ଯ୍ୟକାନ୍ତଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରି କଟକ ଭିଜିଲାନ୍ସ ଅଫିସ୍କୁ ନିଆଯାଇଥିବା ବେଳେ ସୂର୍ଯ୍ୟକାନ୍ତଙ୍କର ପୈତୃକ ଘର ସଦର ଥାନା ଅଳସୁଧା ଗ୍ରାମରେ ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ସେ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଥିବା ୮ଟି ପାସ୍ବୁକ୍ ଓ ୧୦ଟିରୁ ଉର୍ଦ୍ଧ୍ବ ଏଟିଏମ୍ କାର୍ଡ ଜବତ କରି ଅଧିକ ତଦନ୍ତ ଚଳାଇଛି ।
You Can Read:
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ, ଜୁଲାଇ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଫେରିବେ