ହଲ୍ରେ ଚାଲିଥିଲା ପ୍ରଭାସଙ୍କ ‘ରାଜା ସାହେବ୍’, ହଠାତ୍ ଲାଗିଗଲା ନିଆଁ... ପଢନ୍ତୁ କେଉଁଠି ଘଟିଲା ଏମିତି

NEWS7
krishan-kumar-now-bmc-administrator

ରାୟଗଡ଼ା ୧୦।୦୧ : ସିନେମା ହଲ୍ରେ ଭୟଙ୍କର ଅଗ୍ନିକାଣ୍ଡ । ରାୟଗଡ଼ା ସହରରେ ଥିବା ଅଶୋକା ସିନେମା ହଲ୍ରେ ଭୟଙ୍କର ଅଗ୍ନିକାଣ୍ଡ । ଶତାଧିକ ଲୋକେ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ଶୁକ୍ରବାର ସଂଧ୍ୟାରେ ତେଲୁଗୁ ସିନେ ତାରକା ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ସିନେମା ରାଜା ସାହେବର ଶୁଭ ମହୁରତ ହୋଇଥିଲା । ଯେଉଁଥିରେ ପ୍ରଭାସଙ୍କ ସମର୍ଥକମାନେ ସିନେମା ହଲ ପରିସରରେ ନିଆଁ ଲଗାଇ ଆଳତୀ କରୁଥିଲେ । ଏହି ସମୟରେ ହଲ୍ରେ ଝୁଲୁଥିବା ପରଦାରେ ନିଆଁ ଲାଗିଯାଇଥିଲା । ଯାହାପରେ ହଠାତ୍ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା । ଏପିରିକି ପାଖରେ ଥିବା କାଗଜରେ ନିଆଁ ଲାଗି ପ୍ରକୋପ ବଢିବାରେ ଲାଗିଥିଲା । ପରେ ହଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ନିଆଁ ଲିଭା ଯନ୍ତ୍ର ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ । ଯାହାଫଳରେ ଏକ ବଡ଼ ଅଘଟଣରୁ ବର୍ତ୍ତି ଥିବା ଅନୁମାନ କରାଯାଉଛି । ସେପଟେ ଏହି ଘଟଣା ଘଟିବା ପରେ ହଲ୍ ପରିସରରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । ନିଆଁକୁ ଦେଖି ଦର୍ଶକମାନେ ଘଟଣାସ୍ଥଳରୁ ଚାଲିଯାଇଥିଲା । ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।