ସାମ୍ନାକୁ ଆସିଲା ସିସିଟିଭି… ରକ୍ତ ଜୁଡୁବୁଡୁ ହୋଇ ଜୀବନ ବିକଳରେ ଦୌଡୁଛନ୍ତି ସତ୍ୟବ୍ରତ

NEWS7
koraput-congress-issue

ଭୁବନେଶ୍ୱର ୧୦।୦୨ : ସାମ୍ନାକୁ ଆସିଲା ସିସିଟିଭିର ଚିତ୍ର । ରାଜଧାନୀରେ ତ୍ରିକୋଣୀୟ ପ୍ରେମରୁ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡରେ ସାମ୍ନାକୁ ଆସିଛି ନୂଆ ଚିତ୍ର । ଦୁଇଟି ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଆକ୍ରମଣ ସମୟରେ ସତ୍ୟବ୍ରତ କିପରି ଜୀବନ ବିକଳରେ ଦୌଡୁଛନ୍ତି । ତାର ପୁରା ଚିତ୍ର ସିସିଟିଭିରେ କଏଦ ହୋଇଛି । ଆଉ ଏକ ଭିଡ଼ିଓରେ ଜଣେ ପୁଅ ଓ ଝିଅ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି । ମିଳିଥିବା ତଥ୍ୟ ଅନୁସାରେ ପୁଅ ଜଣଙ୍କ ଦିନେଶ ଏବଂ ଝିଅଟି ଲିଜା ବୋଲି ଅନୁମାନ କରାଯାଉଛି। ହେଲେ ବର୍ତ୍ତମାନ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିଛି। 

ଅନ୍ୟପଟେ ସତ୍ୟବ୍ରତ ହତ୍ୟାକାଣ୍ଡ ଘଟଣାରେ ପୋଲିସ ପ୍ରେମିକା ଲିଜାକୁ ଅଟକ ରଖି ଜେରା କରୁଛି । ଘର ମାଲିକ ଓ ଭଡ଼ାଟିଆଙ୍କୁ ଡାକି ଜେରା କରୁଛି । ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଛନ୍ତି ପ୍ରେମିକା ଲିଜାଙ୍କ ପଡୋଶୀ । ସମସ୍ତଙ୍କ ବୟାନ ରେକର୍ଡ କରୁଛି ପୋଲିସ ।