LIVE TV

ସାଉଦୀଆରବରୁ ୫୦ ବର୍ଷ ପରେ ସମାପ୍ତ ହେଲା ‘କଫାଲା ସିଷ୍ଟମ’, ଏବେ ଶାନ୍ତିରେ ନିଶ୍ୱାସ ନେବେ ବିଦେଶୀ ଶ୍ରମିକ

NEWS7
kolkata-suffer-humiliating-defeat-on-home-soil-gujarat-win-by-39-runs--

ରିୟାଦ ୧୯।୧୦: ସାଉଦୀ ଆରବ ଦୀର୍ଘ ୫୦ ବର୍ଷଧରି କାର୍ଯ୍ୟକାରୀ ହେଉଥିବା ‘କଫାଲା ସିଷ୍ଟମ’କୁ ଅଧିକାରୀକ ରୂପେ ସମାପ୍ତ କରି ଦେଇଛି। ଏହା ଏକ ଲେବର ସ୍ପନସରସିପ୍ ଫ୍ରେମୱାର୍କ ଓ ଏହି ନିୟମ ଅନୁସାରେ ବିଦେଶୀ ଶ୍ରମିକଙ୍କୁ ରହିବା ଓ କାମ କରିବାର ଅଧିକାର କେବଳ ଏକ କମ୍ପାନୀ ଅଥବା ନିଯୁକ୍ତିଦାତାଙ୍କ ସହିତ ସମ୍ପୃକ୍ତ ଥିଲା। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ଏହି ଆଇନ ହଟାଯିବା ନେଇ ଜୁନ ୨୦୨୫ରେ ଘୋଷଣା କରାଯାଇଥିଲା। ହେଲେ ଏବେ ଏହାକୁ ଅଧିକାରୀକ ରୂପେ ସମାପ୍ତ କରାଯାଇଛି।

କଫାଲା ସିଷ୍ଟମ ସମାପ୍ତ ହେବା ଯୋଗୁ ସାଉଦୀ ଆରବରେ କାମ କରୁଥିବା ୧.୩କୋଟିରୁ ଅଧିକ ବିଦେଶୀ ୱାର୍କର୍ସଙ୍କୁ ସ୍ୱାଧୀନ ଭାବେ ନିଶ୍ୱାସ ନେବାକୁ ସୁଯୋଗ ମିଳିଛି। ଏଥିରେ ଭାରତର ଲକ୍ଷଲକ୍ଷ କର୍ମଜୀବି ମଧ୍ୟ ଅଛନ୍ତି। କଫାଲା ସିଷ୍ଟମକୁ ଆରବରେ ସ୍ପୋନସରସିପ୍ ଭାବେ ଜଣାଯାଏ। ଏହା ଏକ ଆଧୁନିକ ସ୍ପନସରସିପ୍ ରୁଟ୍ ଥିଲା ଯାହାକୁ ୧୯୫୦ ଦଶକରୁ ଉପସାଗରୀୟ କ୍ଷେତ୍ରର ଦେଶମାନେ ଉପଯୋଗ କରି ଆସୁଥିଲେ। ସାଉଦୀ ଆରବ, କ୍ୱେତ୍ ଓ ଜୋର୍ଡାନରେ କଫାଲା ଏକ ସାଧାରଣ କଥା। ଏହି ଆଇନ ଅନୁସାରେ ବିଦେଶୀ ଶ୍ରମିକଙ୍କ ଆଇନଗତ ସ୍ଥିତି ସିଧାଶଳଖ ତାର କମ୍ପାନୀ (କଫିଲ) ସହିତ ସମ୍ପୃକ୍ତ ରହୁଥିଲା।

କଫାଲା ସିଷ୍ଟମରେ ବାନ୍ଧି ହୋଇଥିବା କର୍ମଚାରୀ ନା ତ ଚାକିରୀ ବଦଳାଇ ପାରୁଥିଲା ନା କମ୍ପାନୀ ବିନା ଅନୁମତିରେ ଦେଶ ଛାଡି ପାରୁଥିଲା। ଏହି ଆଇନରେ ଶ୍ରମିକଙ୍କୁ ଆଇନଗତ ସହାୟତା ମଧ୍ୟ ମିଳି ପାରୁନଥିଲା। ଏଣୁ ୱାର୍କର୍ସ ଶୋଷଣର ଶିକାର ହେଉଥିଲେ। ନିକଟରେ ହୋଇଥିବା ସାଉଦୀ ଆରବ ଶ୍ରମ ସଂସ୍କାରରେ କଫାଲା ସିଷ୍ଟମକୁ ବଦଳାଇ କଣ୍ଟ୍ରାକ୍ଟ ଏମ୍ପ୍ଲଏମେଣ୍ଟ ମଡେଲ ଲାଗୁ କରାଯାଇଛି।  ସାଉଦୀ ପ୍ରେସ୍ ଏଜେନ୍ସୀ (ଏସପିଏ) ଅନୁସାରେ ନୂଆ ସିଷ୍ଟମରେ ଏଣିକି ବିଦେଶୀ ୱାର୍କର କାମ କରୁଥିବା କମ୍ପାନୀ (କଫିଲ) ଅନୁମତି ବିନା ନୂଆ କମ୍ପାନୀରେ ଯୋଗ ଦେଇ ପାରିବେ। ସେହିପରି ସେମାନେ ବିନା କୌଣସି ଏଗଜିଟ୍ ଭିସାରେ ଦେଶ ଛାଡି ପାରିବେ ଓ ଆଇନଗତ ସୁରକ୍ଷାର ଲାଭ ନେବାକୁ ଅନୁମତି ମିଳିବ।

ସାଉଦୀ ଆରବରେ ୧.୩୪ କୋଟିରୁ ଅଧିକ ବିଦେଶୀ ୱାର୍କର କଫାଲା ସିଷ୍ଟମରେ କାମ କରୁଛନ୍ତି, ଯାହା ଦେଶର ଜନସଂଖ୍ୟାର ୪୨%। ବିଦେଶୀ ୱାର୍କରଙ୍କ ସବୁଠୁ ବଡ଼ ଗ୍ରୁପ ଭାରତ ଓ ବାଂଲାଦେଶରୁ ଯାଇ କାମ କରୁଥିବା ଲୋକେ। ଏହା ପଛକୁ ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ଫିଲପାଇନ୍ସ ଭଳି ଦେଶର ନାଗରିକ ଅଛନ୍ତି। ନିର୍ମାଣ, ଗୃହ କାମ, ହସ୍ପିଟାଲିଟି ଓ ଚାଷ ଭଳି କ୍ଷେତ୍ରରେ ସବୁଠୁ ଅଧିକ ବିଦେଶୀ ଶ୍ରମିକ କାମ କରୁଛନ୍ତି। ଏହି ସମୟରେ ସେମାନଙ୍କୁ ଅନେକ ସମସ୍ୟା ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି।