ମଝି ଚିଲିକାରେ ଅଟକିଲା ଭସାପୋଲ, କୁହୁଡ଼ି ଲାଗି ଯାତ୍ରୀ ବ୍ୟାଘାତ

NEWS7
kolkata-cisf-jawan-opened-fire-with-ak-47-at-indian-museum-one-accomplice-killed-second-injured

ବ୍ରହ୍ମଗିରି ୦୧।୧୨ : ମଝି ଚିଲିକାରେ ଅଟକିଲା ଭସାପୋଲ । କୁହୁଡ଼ି ଲାଗି ମଝି ଚିଲିକାରେ କିଛି ସମୟ ପାଇଁ ଅଟକିଲା ଭସାପୋଲ । ଯାହାଫଳରେ କିଛି ସମୟ ପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିବାର ଜଣାପଡିଛି ।

ଖବର ଅନୁଯାୟୀ, କିଛି ଯାତ୍ରୀଙ୍କୁ ନେଇ ବ୍ରହ୍ମଗିରିରୁ ଚିଲିକା ଅଭିମୁଖେ ଯାଉଥିଲା ଭସାପୋଲ । ହେଲେ କୁହୁଡ଼ି ଲାଗି ମଝି ଚିଲିକାରେ ଫସିଯାଇଥିଲା ଭସାପୋଲ । ପ୍ରବଳ କୁହୁଡ଼ି ଲାଗି ଭସାପୋଲଟି ଚ୍ୟାନେଲ ବାହାରକୁ ଚାଲିଯାଇଥିଲା । ଯାହାଫଳରେ କିଛି ସମୟ ପାଇଁ ମଝି ଚିଲିକାରେ ଅଟକି ଯାଇଥିଲା ଭସାପୋଲ । ଏହାପରେ ତୁରନ୍ତ ଭସାପୋଲଟି ନିଜ ରାସ୍ତା ଅଭିମୁଖେ ବାହାରିଥିଲା ।