LIVE TV

ନୂଆପଡ଼ା ଉପନିର୍ବାଚନ, ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ

NEWS7
know-your-horscope-wednesday-30-april-2025-

ନୂଆପଡ଼ା ୨୦।୧୦ : ନାମାଙ୍କନ ଭରିଲେ ସ୍ନେହାଙ୍ଗିନୀ ଛୁରିଆ । ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ଏହି ସମୟରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଟୁକୁନି ସାହୁ ଆଦି ନେତାମାନେ ଉପସ୍ଥିତ ରହିଛନ୍ତି।

ଖବର ଅନୁଯାୟୀ, ନଭେମ୍ବର ୧୧ ତାରିଖରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି । ରାଜେନ୍ଦ୍ର ଢୋଲକିଆଙ୍କ ନିଧନ ପରେ ଏହି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ବିଜେଡି ତରଫରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ କଂଗ୍ରେସ ପକ୍ଷରୁ ଘାସିରାମ ମାଝି, ଏବଂ ବିଜେପି ପକ୍ଷରୁ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ପ୍ରାର୍ଥୀ ହୋଇଥିଲେ । ଗତ ୧୮ ତାରିଖରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନାମାଙ୍କନ ଦାଖଲ କରିଥିଲେ । କେବବଳ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଭରିନଥିଲେ । ଏହିକ୍ରମରେ ରବିବାର ଦିନ ବିଜେଡି ପକ୍ଷରୁ ନୂଆପଡ଼ା ଶକ୍ତି ପ୍ରଦର୍ଶନ କରିଥିଲା । ବିଜେଡି ପକ୍ଷରୁ ବିଶାଳ ରାଲିର ଆୟୋଜନ କରିଥିଲା ବିଜେଡି । ଆଉ ସୋମବାର ଦିନ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ କରିଛନ୍ତି । ତାଙ୍କ ସହିତ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଆଦି ଅନେକ ନେତା ଉପସ୍ଥିତ ରହିଛନ୍ତି । ​​​