ମେଷ - ବନ୍ଧୁ ମିଳନର ଯୋଗ ରହିଛି । ଦିନଟି ଭଲ ଫଳ ଦେବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ହେବ । ଆୟର ଯୋଗ ରହିଛି । କାହାକୁ ଉଧାର ଦିଅନ୍ତୁ ନାହିଁ । ଉଚ୍ଚ ସ୍ଥାନରୁ ଖୁସି ର ବାର୍ତ୍ତା ମିଳିବ ।
ବୃଷ - ବାକି ଥିବା କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ । ପରୋପକାର କରି ଖୁସି ଅନୁଭବ କରିବେ । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେବ । ପରିବାରରେ ଶୁଭ କର୍ମ ହେବ । ବ୍ୟବସାୟୀ ମାନେ ଲାଭବାନ ହେବେ ।
ମିଥୁନ - ଅର୍ଥ ବିଷୟକ ଚିନ୍ତା ଲାଗି ରହିବ । ଦିନଟିରେ ସାମାନ୍ୟ କଳହ ଯୋଗ ରହିବ । ବ୍ୟବସାୟରେ ନୂତନ କାର୍ଯ୍ୟ ଆରମ୍ଭ ହେବ । ନିଜ କାର୍ଯ୍ୟକୁ ଠିକ୍ ସମୟରେ ପୂରଣ କରନ୍ତୁ । ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ।
କର୍କଟ - ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଦେଖା ଦେବ । କ୍ରୋଧ ବୃଦ୍ଧି ହେବ । ଅଯଥା କଳହରେ ସମୟ ନଷ୍ଟ ହେବ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇ ପାରେ । ପରିବାରରେ ହଠାତ୍ କିଛି ଅସୁବିଧା ସୃଷ୍ଟି ହେବ ।
ସିଂହ - ପରିଶ୍ରମ ସାମାନ୍ୟ ଅଧିକ ରହିବ । କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ହେବ । ଭ୍ରମଣର ଯୋଗ ରହିଛି । ବ୍ୟବସାୟୀ ମାନେ ଅଧିକ ଲାଭବାନ ହେବ । ପାରିବାରିକ ବିବାଦ ସମାପ୍ତ ହେବ | ରୋଗୀମାନେ ସେମାନଙ୍କର ବିଶେଷ ଯତ୍ନ ନେବା ଉଚିତ୍ ।
କନ୍ୟା - ନୂତନ ବିନିଯୋଗରେ ବିପୁଳ ଅର୍ଥ କ୍ଷତି ହୋଇପାରେ । ଆପଣଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡିପାରେ । ପିଲାମାନଙ୍କଠାରୁ ଭଲ ଖବର ମିଳିପାରେ । ଆଶାବାଦୀ ହୋଇ ରହିବେ, କିନ୍ତୁ କାର୍ଯ୍ୟ ସଫଳ ହୋଇ ନପାରେ ।
ତୁଳା - ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କ ବିବାହିତ ଜୀବନ ଖୁସି ହେବ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ। ଛାତ୍ରମାନେ ଭଲ ଫଳାଫଳ ପାଇବେ ।
ବିଛା - ପଥ ରୋଧ ହୋଇ ପାରେ । କିଛିବି ଦ୍ରବ୍ୟ ବ୍ୟୟ ହୋଇ ପାରେ ।ମାନସିକ ଅଶାନ୍ତି ଦେଖା ଦେଇ ପାରେ। ଅନ୍ୟ ଲୋକଙ୍କ ବିଷୟରେ ଆଲୋଚନା କରି ସମୟ ନଷ୍ଟ କରିବେ । ପ୍ରେମ ସମ୍ପର୍କରେ ମଧୁରତା ଆସିବାର ସମ୍ଭାବନା ଅଛି । ବିଦ୍ୟାର୍ଥୀ ମାନେ ସାମାନ୍ୟ ଅମନଯୋଗୀ ହେବେ ।
ଧନୁ - ଗୃହରେ କିଛି ଶୁଭ କାର୍ଯ୍ୟ ଆରମ୍ଭ ହୋଇ ପାରେ । ଯେଉଁ କାର୍ଯ୍ୟ କରିବେ ତାହା ସଫଳତା ଦେବ । ମନ ପ୍ରଫୁଲ୍ଲ ରହିବ । ଆନନ୍ଦରେ ଦିନଟି କଟିବ । କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବେ । ବିଦ୍ୟାର୍ଥୀ ମାନେ ସଫଳତା ପାଇବେ ।
ମକର - କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନଟି କଟିବ ।ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି । ପରିବାରଠାରୁ ଦୂରରେ ରହିବାକୁ ପଡିପାରେ । ପରିଶ୍ରମ ଅଧିକ ହେବ। ପରୋପକାର କରି ଖୁସି ଅନୁଭବ କରିବେ ।
କୁମ୍ଭ - ସମ୍ମାନହାନୀ ଘଟିବ ଅଜଣା ବ୍ୟକ୍ତି ଙ୍କ ପାଇଁ ଠକାମୀ ର ଶିକାର ହୋଇ ପାରନ୍ତି । ଧନ ଲାଭ ର ଯୋଗ ମଧ୍ୟ ରହିଛି ।ଛାତ୍ର ଛାତ୍ରୀ ଙ୍କ ପାଇଁ ଦିନଟି ଆଳସ୍ୟ ରେ କ୍କଟିବ । ଦିନଟି ରେ ଉତ୍ତମ ଫଳ ପ୍ରଦାନ କରିବ ନାହିଁ ।
ମୀନ - ଧନ କ୍ଷୟ ହେବାର ସମ୍ଭାବନା ରହିଛି ।ଶାରୀରିକ ସମସ୍ୟା ଦେଖା ଦେବ । ତଳିପେଟ ରେ ଯନ୍ତ୍ରଣା ଦେଖା ଦେବ । ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ବହୁ ପରିଶ୍ରମରେ ଅଳ୍ପ ଲାଭ । ଚାଲୁଥିବ କାର୍ଯ୍ୟ ଅଧାରୁ ଅଟକି ଯାଇ ପାରେ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ - 8249826682